ନୂଆଦିଲ୍ଲୀ: ଦିଲ୍ଲୀର ଲୋକମାନଙ୍କ ଜୀବନ ହେଉଛି ମେଟ୍ରୋ, ହେଲେ ବର୍ତ୍ତମାନ ଦିଲ୍ଲୀର ମେଟ୍ରୋରେ ରିଲ୍ସ ତିଆରି କରି ସୋସିଆଲ ମିଡିଆେରେ ଫେମସ୍ ହେବା ସବୁଠାରୁ ସରଳ ଉପାୟରେ ପରିଣତ ହୋଇଛି । ..ର ଲଗାତାର ଚେତାବନୀ ପରେ ମଧ୍ୟ ଏପରି ଘଟଣା ଥମିବାର ନାମ ନେଉନି । ଏପରି ଏକ ଖବର ରବିବାର ଦିନ ଘଟିଛି । ମେଟ୍ରୋରେ ଜଣେ ଝିଅ ଷ୍ଟ୍ରେଟନର ଲଗାଇ ନିଜ କେଶକୁ ସିଧା କରୁଛି ।
ଦିଲ୍ଲୀ ମେଟ୍ରୋ ଭିତରେ ଝଗଡା, ଅଶ୍ଳୀଳ କାର୍ଯ୍ୟକଳାପ,ଏବଂ ଡ୍ୟାନ୍ସ ପରେ ବର୍ତ୍ତମାନ ଜଣେ ଝିଅ ଚଳନ୍ତା ଟ୍ରେନରେ ଗୋଟିଏ ଷ୍ଟ୍ରେଟନର ବ୍ୟବହାର କରି ନିଜ କେଶକୁ ସିଧା କରୁଛି । ଏହା କରୁଥିବା ବେଳେ ସହଯାତ୍ରୀ ଜଣକ ତାଙ୍କର ଏହି କାର୍ଯ୍ୟକଳାପକୁ ରେକର୍ଡ କରିଛନ୍ତି ।
अब बस दिल्ली मेट्रो में नहाने धोने की सुविधा और हो जाये बस 😂 #DelhiMetro pic.twitter.com/gaCY5QkEvn
— Flying SPACian™ (@TFS2023) June 18, 2023
ଝିଅଟିର ଏହି ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକ ନିଜ ପ୍ରତିକ୍ରିୟା ଦେଉଛନ୍ତି । ମେଟ୍ରୋରେ ରିଲ୍ସ କରିବା, ଛୋଟ ଛୋଟ କପଡା ପିନ୍ଧିବାକୁ ନେଇ ଅନ୍ୟ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏପରି ଲୋକଙ୍କ ବିରୋଧରେ ବହୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।