fbpx

(Video) ‘ଓଡ଼ିଶା ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା’; ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୪ତମ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଜନତା ମଇଦାନରେ ଉଦବୋଧନ ଦେଉଛନ୍ତି। ପିଏମ ମୋଦୀ ଏହି ଉଦବୋଧନରେ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାକୁ ପୂର୍ବ ଅପେକ୍ଷା ୩ ଗୁଣ ଅଧିକ ସହାୟତା ଯୋଗାଇ ଦିଆଯାଇଛି।

ସେ ଆହୁରି କହିଛନ୍ତି, ‘ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛୁ। ରାଜ୍ୟରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିଛୁ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲିଲୁ। ୩ କୋଟି ଘର ପାଇଁ ୧୦୦ ଦିନରେ ନିଷ୍ପତ୍ତି ହୋଇଛି। ୭୫ ହଜାର ନୂଆ ମେଡିକାଲ ସିଟ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ବାସୁମତି ଚାଉଳର ଶୁଳ୍କ ହଟାଇଦିଆଯାଇଛି।ଚାଷୀମାନଙ୍କ ପାଇଁ ଏମଏସପି ବୃଦ୍ଧି କରାଯାଇଛି।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଯୋଜନାର ସୁବିଧା ମିଳିବ। ଏଥିରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇବେ ଲୋକେ। ୭୦ ବର୍ଷରୁ ଅଧିକ ବୟସ୍କ ମଧ୍ୟ ସୁବିଧା ପାଇବେ। ଏଥିସହ ଆଦିବାସୀ ସମାଜର ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ। ଆଦିବାସୀଙ୍କୁ ଜଳ, ଜମି, ଜଙ୍ଗଲ ଅଧିକାର ଦେଇଛୁ। ଜନଧନ ଯୋଜନାରେ ସୁବିଧା ଯୋଗାଇ ଦିଆଯାଉଛି। ଆଗାମୀ ୫ ବର୍ଷରେ ଓଡ଼ିଶା ଆହୁରି ସମୃଦ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନରେ କହିଛନ୍ତି।

Get real time updates directly on you device, subscribe now.