fbpx

(Video): ଦିଲ୍ଲୀ ଏୟାରପୋର୍ଟରେ iPhone 16 Pro Maxର ବର୍ଷା ! କଷ୍ଟମ ବିଭାଗର ଉଡ଼ିଲା ହୋଶ, ୪ ଜଣ ଅଟକ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ । ସକ୍ରିୟ ଅଛନ୍ତି ଚୋର ଓ ଲୁଟେରା ଗ୍ୟାଙ୍ଗ୍ । ଏମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସଜାଗ ରହିଛି ପୋଲିସ । ଏଥିମଧ୍ୟରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ(IGI) ବିମାନ ବନ୍ଦରରେ କଷ୍ଟମ ବିଭାଗ ଦେଶରେ iPhone 16 ପ୍ରୋ ମ୍ୟାକ୍ସ ଚୋରାଚାଲାଣ କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଦିଲ୍ଲୀ କଷ୍ଟମ୍ସ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛି ।

ସୂଚନାରୁ ପ୍ରକାଶ ଅକ୍ଟୋବର ୧ ତାରିଖରେ ଦିଲ୍ଲୀ ସ୍ଥିତ ଓଏଓ ବିମାନ ବନ୍ଦରରେ କଷ୍ଟମ ବିଭାଗ ୧୨ iPhone 16 ପ୍ରୋ ମ୍ୟାକ୍ସ ଜବତ କରିଥିଲା । ଏହା ଦେଖି କଷ୍ଟମ ବିଭାଗ ଅଫିସର ଚକିତ ହୋଇଥିଲେ । ଅଧିକାରିକ ସୂତ୍ର ଅନୁଯାୟୀ ଅକ୍ଟୋବର ୧ରେ ଦୁବାଇରୁ ଇଣ୍ଡିଗୋ ଫ୍ଲାଇଟ୍ 6E-1464 ରେ ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ iPhone 16 ପ୍ରୋ ମ୍ୟାକ୍ସ ଜବତ କରାଯାଇଥିଲା । ସେହି ଦିନ ଗପ୍ତ ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ହଂକଂରୁ ଦିଲ୍ଲୀ ଆସୁଥିବା ଏକ ମହିଳା ଯାତ୍ରୀଙ୍କୁ ସନ୍ଦେହ କରି ଅଟକ ରଖାଯାଇଥିଲା । ଛାନଭିନ୍ ପରେ ତାଙ୍କ ପାଖରୁ ପ୍ରାୟ ୪୪ ଲକ୍ଷ ୮୧ ହଜାର ୫୫୬ ଟଙ୍କା ମୂଲ୍ୟର ସଚଷକ୍ଟଦ୍ଭର ୧୬ ପ୍ରୋ ମ୍ୟାକ୍ସ ଜବତ କରାଯାଇଥିଲା । ମହିଳା ଜଣଙ୍କ ନିଜ ମେକଅପ୍ ବ୍ୟାଗରେ ୨୬ଟି ସଚଷକ୍ଟଦ୍ଭର ୧୬ ପ୍ରୋ ଟିସ୍ୟୁ ପେପର ସାହାଯ୍ୟରେ ଲୁଚାଇ ରଖିଥିଲେ । ତାଙ୍କୁ ଗିରଫ କରିଲା ପରେ ପୋଲିସ ଛାନଭିନ୍ ଜାରି ରଖିଛି । କହିରଖୁଛୁ ଗୋଟିଏ ଦିନରେ କଷ୍ଟମ ବିଭାଗକୁ ମୋଟ୍ ୩୮ ସଚଷକ୍ଟଦ୍ଭର ୧୬ ପ୍ରୋ ମ୍ୟାକ୍ସ ଜବତ କରିଥିଲା ।

Get real time updates directly on you device, subscribe now.