fbpx

(Video) ଡ୍ରାଇଭରଙ୍କୁ ମନ ଇଛା ପିଟିଲେ ଟୋଲଗେଟ କର୍ମଚାରୀ, ଏହା ପରେ ଡ୍ରାଇଭର ସଙ୍ଘ ଆସି…

ଓଡିଶା ଭାସ୍କର; ଯାଜପୁର କଳିଙ୍ଗନଗର ଥାନା ବାରାଗାଡିଆ ଟୋଲଗେଟରେ ଗତକାଲି ରାତିରେ ଉତେଜନା ଦେଖା ଦେଇଛି । ଅଭିଯୋଗ ମୁତାବକ, ବେଆଇନ ଭାବେ ଏହି ଟୋଲ ଗେଟରେ ଟଙ୍କା ଆଦାୟ ହେଉଥିଲା । ଡ୍ରାଇଭର ଜଣକ ଟଙ୍କା ମଧ୍ୟ ଦେଇଦେଇଥିଲେ । କିନ୍ତୁ ଟଙ୍କା ଦେବା ପରେ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏହି ଟୋଲଗେଟ କର୍ମଚାରୀ ମାନେ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ ।

ଏହାପରେ ଡ୍ରାଇଭର ଜଣଙ୍କ ତାଙ୍କ ଡ୍ରାଇଭର ମହାସଂଘକୁ ଅବଗତ କରାଇଥିଲେ । ପରେ ଯାଜପୁର ଜିଲ୍ଲାର ଡ୍ରାଇଭର ମହାସଂଘ ସଭାପତିଙ୍କ ସମେତ ସମସ୍ତ ଡ୍ରାଇଭର ଏକାଠି ହୋଇଥିଲେ । ଉକ୍ତ ଟୋଲଗେଟ ପାଖରେ ଏକାଠି ହୋଇ ଡ୍ରାଇଭର ମାନେ ରାସ୍ତା ରୋକ କରିଥିଲେ । ଯାହାକୁ ନେଇ ଗତକାଲି ରାତିରେ ଯାଜପୁର- ଡୁବୁରୀ ରାସ୍ତା ଏକ ପ୍ରକାର ଠପ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ, ଟୋଲ ଆଦାୟକୁ ନେଇ ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଟୋଲଗେଟ କର୍ମଚାରୀ ଭ୍ରାଇଭରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଠାରେ ବେଆଇନ ଟଙ୍କା ଆଦାୟ ହେଉଥିବାକୁ ମଧ୍ୟ ଡ୍ରାଇଭର ମାନେ ବିରୋଧ କରିଛନ୍ତି ।

 

Get real time updates directly on you device, subscribe now.