fbpx

Video: ମଜୁରୀ ନଦେବାରୁ ୧ କୋଟି ଟଙ୍କାର ମର୍ସିଡିଜରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ମିସ୍ତ୍ରୀ

ନୋଏଡା: ମଜୁରୀ ନଦେବାରୁ ମର୍ସିଡିଜରେ ପେଟ୍ରୋଲରେ ନିଆଁ ଲଗାଇଲେ ମିସ୍ତ୍ରୀ। ଘଟଣାଟି ସିସିଟିଭିରେ କଏଦ ହେବା ପରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ। ଉତ୍ତରପ୍ରଦେଶର ନୋଏଡାର ସେକ୍ଟର -୩୯ କୋଟୱାଲୀ ଅଞ୍ଚଳର ସଦରପୁର ଗ୍ରାମରେ ଘର ବାହାରେ ପାର୍କିଂ ହୋଇଥିବା କାର ଉପରେ ପେଟ୍ରୋଲ ଢାଳି ମିସ୍ତ୍ରୀ ଜଣକ ନିଆଁ ଲଗାଇ ଦେଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଏକ ଧଳା ରଙ୍ଗର କାର ଅଟକି ରହିଛି। ଜଣେ ବାଇକ୍ ଆରୋହୀ ଆସି କାରଠାରୁ ଟିକିଏ ଆଗରେ ବାଇକ୍ ଅଟକାନ୍ତି। ବାଇକ୍ ରେ ବନ୍ଧା ଯାଇଥିବା ଜାର ଖୋଲି କାରରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଟାଇଲ ତିନି ଲକ୍ଷ ଟଙ୍କା ବିବାଦରେ ମର୍ସିଡିଜକୁ ନିଆଁ ଲଗାଇ ଦେଇଛନ୍ତି। ଏସିପି ରଜନୀଶ ଭର୍ମା କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଉଛି। ଯେଉଁ ବ୍ୟକ୍ତିଙ୍କ କାରରେ ନିଆଁ ଲାଗିଯାଇଛି ସେହି ବିଷୟରେ ପୋଲିସ ମଧ୍ୟ ପଚରାଉଚରା କରୁଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅପରାଧର ଅପରାଧୀ ହେଉଛନ୍ତି ଗ୍ରେଟର ନୋଏଡାର ରୋଜା ଜାଲଲପୁର ଗାଁର ବାସିନ୍ଦା ରଣବୀର। ରଣଭୀର ମୂଳତ ବିହାରର। ରଣଭୀର ଘରେ ଟାଇଲ ଲଗାଇବା କାମ କରନ୍ତି। ଅଭିଯୁକ୍ତ ଦାବି କରିଛନ୍ତି ଯେ ସଦରପୁର ଗାଁର ବାସିନ୍ଦା ଆୟୁଷ ଚୌହାନଙ୍କ ଘରେ ଟାଇଲ ଲଗାଇଥିଲେ। ରଣଭୀରଙ୍କୁ ଆୟୁଷ ୨.୬୮ ଲକ୍ଷ ଟଙ୍କା ଦେବାର ଥିଲା। ଅନେକ ଥର ସେ ଟଙ୍କା ମାଗିଥିଲେ ମଧ୍ୟ ସେ ଟଙ୍କା ଦେଇନଥିଲେ। ଏଥିରେ ରାଗିଯାଇ ସେ କାରରେ ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ଆୟୁଷ କହିଛନ୍ତି ଯେ କାମ ସରିବା ପରେ ରଣଭୀରଙ୍କୁ ସମସ୍ତ ଟଙ୍କା ଦେଇଛନ୍ତି। ରଣଭୀରଙ୍କ ଅଭିଯୋଗ ଭିତ୍ତିହୀନ।

 

Get real time updates directly on you device, subscribe now.