fbpx

(Video):‘ମୁଁ ତୁମକୁ ବାଡ଼ିରେ ପିଟିବିି…’ ମହିଳା ବନ ଅଧିକାରୀଙ୍କୁ ଧମକ ଦେଲେ TMC ନେତା

କୋଲକାତା: ପୁଣି ବିବାଦ ଘେରରେ ପଶ୍ଚିମବଙ୍ଗର ଜେଲ୍ ମନ୍ତ୍ରୀ ଅଖିଲ ଗିରି । ଜଣେ ମହିଳା ବନ ଅଧିକାରୀଙ୍କୁ ଦିବାଲୋକରେ ଧମକ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଟିଏମସି ସମେତ ଅନ୍ୟ ରାଜନୈତିକ ଦଳ ଏହାର ଦୃଢ଼ ନିନ୍ଦା କରିଛନ୍ତି ।

TMC ନେତା ଅଖିଲ ଗିରି ପୂର୍ବ ମେଦିନିପୁର ଜିଲ୍ଲାର ତାଜପୁର ସ୍ଥିତ ଅନୁପ୍ରବେଶ(encroachment) ହଟାଇବା ନେଇ ଜଣେ ମହିଳା ବନ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଏନେଇ ବିଜେପି ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି ଲେଖିଛି, ‘ମନ୍ତ୍ରୀ ଅଖିଲ ଗିରି ଜଣେ ମହିଳାଙ୍କୁ ବନ ଅଧିକାରୀଙ୍କୁ ଏଥିପାଇଁ ଧମକାଉଥିଲେ କି ସେ ବନାଞ୍ଚଳରେ ବେଆଇନ୍ ଅନୁପ୍ରବେଶ ହଟାଉଥିଲେ । ମମତା ବାନାର୍ଜୀ ଏଭଳି ମନ୍ତ୍ରୀଙ୍କୁ ଜେଲ ପଠାଇବେ କି ? ତାଙ୍କ ବିରୋଧରେ ମାମଲା ରୁଜୁ କରିବେ କି ? ଦେଖାଯାଉ ସେ ଜେଲ୍ ଯାଉଛନ୍ତି ନା ନାହିଁ ।’ ତେବେ ମନ୍ତ୍ରୀ ଅଖିଲ ଗିରି ଉକ୍ତ ମହିଳା ବନ ଅଧିକାରୀଙ୍କୁ କହିଥିଲେ, ‘ତୁମେ ଜଣେ ସରକାରୀ କର୍ମଚାରୀ । କଥା କହିବା ସମୟରେ ମୁଣ୍ଡ ତଳକୁ କର । ଦେଖ ଏଇ ସପ୍ତାହ ତୁମ ସହ କ’ଣ ହେଉଛି । ଏଇ ଗୁଣ୍ଡା ଦେଖିବେ ତୁମେ ରାତିରେ ଘରକୁ କେମିତି ଯିବ । ନିଜ ବ୍ୟବହାର ଠିକ୍ କର ନଚେତ୍ ମୁଁ ତୁମକୁ ବାଡ଼ିରେ ପିଟିବି ।’

 

Get real time updates directly on you device, subscribe now.