Video: ମ୍ୟାଚ୍ ମଝିରେ ବିଧା- ଗୋଇଠା, ଉଡ଼ିଲା ଚଉକି… ‘ଫାଉଲ୍ ଆଟାକ୍‌’କୁ ନେଇ ରେଫରିଙ୍କ ଉପରେ ଖେଳାଳି ଅସନ୍ତୁଷ୍ଟ

'ଫାଉଲ୍ ଆଟାକ୍' ଯୋଗୁଁ ଦେଖାଦେଇଥିଲା ବିବାଦ। ଖେଳାଳିମାନେ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ, ଯାହା ପରେ ହାତାହାତି ଆରମ୍ଭ ହୋଇଥିଲା।

ନୂଆଦିଲ୍ଲୀ: ପଞ୍ଜାବ ବଥିଣ୍ଡାରେ ଏକ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ସମୟରେ ତାମିଲନାଡୁ ମହିଳା ଖେଳାଳିଙ୍କ ସହ ମାରପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛିା

‘ଫାଉଲ୍ ଆଟାକ୍‌’ ଯୋଗୁଁ ବିବାଦ ଦେଖାଦେଇଥିଲ।। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା କି ରେଫରି ଜଣଙ୍କ କବାଡ଼ି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଏକ ଦଳର ସଦସ୍ୟ ଉପରେ ହାତ ଉଠାଇଥିଲୋ

ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିା

ମାମଲା କ’ଣ: ଶୁକ୍ରବାର ପଞ୍ଜାବର ବଥିଣ୍ଡାରେ ଏକ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଚାଲିଥିଲା । ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ, ଯାହା ପରେ ହାତାହାତି ଆରମ୍ଭ ହୋଇଥିଲା।

ଦରଭଙ୍ଗା ବିଶ୍ୱବିଦ୍ୟାଳୟ ସହିତ ମଦର ଟେରେସା ବିଶ୍ୱବିଦ୍ୟାଳୟର ମ୍ୟାଚ୍ ଚାଲିଥିଲା । ଏହି ସମୟରେ ମଦର ଟେରେସା ବିଶ୍ୱବିଦ୍ୟାଳୟ ବିପକ୍ଷରେ ‘ଫାଉଲ୍ ଆଟାକ୍’ ଯୋଗୁଁ ବିବାଦ ଦେଖାଦେଇଥିଲା।

ଏନେଇ ଅପିଲ କରିବା ପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ଏହି ସମୟରେ କବାଡି ମ୍ୟାଚର ରେଫରି ମଦର ଟେରେସା ଦଳର ଜଣେ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ।

ଭାଇରାଲ ଭିଡିଓ: ଭାଇରାଲ ଭିଡିଓରେ କିଛି ଲୋକ ମହିଳା ଖେଳାଳିଙ୍କ ସହ ଝଗଡ଼ା କରୁଥିବାର ଦେଖାଯାଉଛି। ଝଗଡ଼ା ସମୟରେ ଉଭୟ ପାର୍ଶ୍ୱରୁ ଚେୟାର ମଧ୍ୟ ଫିଙ୍ଗାଯାଇଥିଲା। ତେବେ କିଏ କିଏ ଲଢ଼ୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ମଦର ଟେରେସା ବିଶ୍ୱବିଦ୍ୟାଳୟ, ପେରିୟାର ବିଶ୍ୱବିଦ୍ୟାଳୟ, ଆଲାଗପ୍ପା ବିଶ୍ୱବିଦ୍ୟାଳୟ ଏବଂ ଭାରତିଅର ବିଶ୍ୱବିଦ୍ୟାଳୟ ଭଳି ବିଭିନ୍ନ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଉତ୍ତର ଜୋନ୍ ଆନ୍ତଃବିଶ୍ୱବିଦ୍ୟାଳୟ ଏବଂ ଅଖିଳ ଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ କବାଡି (ମହିଳା) ଚାମ୍ପିଅନସିପ୍ ୨୦୨୪-୨୫ ରେ ଅଂଶଗ୍ରହଣ କରିଥିଲେ।

ଝିଅମାନେ ସୁରକ୍ଷିତ: ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ କହିଛନ୍ତି, ‘ଏକ ଘଟଣା ଘଟିଛି। ମୁଁ Physical Education ନିର୍ଦ୍ଦେଶକ କଲୈୟାରସିଙ୍କ ସହ କଥା ହୋଇଛି। ଏବେ ସବୁକିଛି ନିୟନ୍ତ୍ରଣରେ ଅଛି। କାହାକୁ ବଡ଼ ଆଘାତ କିମ୍ବା କିଛି ହୋଇ ନାହିଁ। ମହିଳା ଖେଳାଳିମାନେ ସୁରକ୍ଷିତ ଅଛନ୍ତି।’