fbpx

ସ୍କୁଲ ବସରେ ମଦ ପିଇଲେ ଛାତ୍ରଛାତ୍ରୀ: ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁର ଏକ ସ୍କୁଲ ଛାତ୍ରଛାତ୍ରୀ ମାନେ ବସରେ ମଦ ପିଇବାର ଭିଡିଓ ବେଶ ଭାଇରାଲ ହୋଇଛି । ସ୍କୁଲ ବସରେ ଥିବା ସମୟରେ ତଥା ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ମାନେ ମଦ ପିଇଥିଲେ । ତାମିଲନାଡୁର ଚେଙ୍ଗଲପଟୁ ଜିଲ୍ଲାରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଏହି ଭିଡିଓଟି କୌଣସି ଛାତ୍ର ଛାତ୍ରୀଙ୍କ ଦ୍ୱାରା ରେକର୍ଡ ହୋଇଥିବା ଅନୁମାନ କରାଯାଉଛି ।

ଭିଡିଓରେ କିଛି ଛାତ୍ରଛାତ୍ରୀ ବସରେ ଠିଆ ହୋଇ ଯାତ୍ରା କରୁଛନ୍ତି । ଏହାପରେ ସେମାନେ ଏକ ବିୟର ବୋତଲ ଖୋଲିବା ସହିତ ପରସ୍ପର ବୋତଲରେ ମୁହଁ ଲଗାଇ ପିଇବାରେ ବ୍ୟସ୍ତ ଅଛନ୍ତି । ୟୁନିଫର୍ମରୁ ଏହା ଚେଙ୍ଗଲପଟୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ବୋଲି ଅନୁମାନ କରାଯାଉଛି । ଆରମ୍ଭରୁ ଏହା ଏକ ପୁରୁଣା ଭିଡିଓ ବୋଲି ସନ୍ଦେହ କରାଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ମଙ୍ଗଳବାରର ଭିଡିଓ ବୋଲି ଜଣାପଡିଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.