CHARIDHAM

Video: ଗାଈ ଉପରେ ଆକ୍ରମଣ କଲା ପିଟ୍‌ବୁଲ୍ ଡଗ୍‌: ମୁହଁକୁ କାମୁଡ଼ି ଧରିଲା, ଛଡ଼ାଇବାରେ ଫେଲ୍ ମାରିଲେ ଲୋକେ

କାନପୁର: ଉତ୍ତରପ୍ରଦେଶରେ ଗତ କିଛି ଦିନ ମଧ୍ୟରେ ବାରମ୍ବାର ଘରେ ଘରେ ପାଳିତ (ପିଟ୍‌ବୁଲ୍ ଡଗ୍‌)କୁକୁର ମଣିଷମାନଙ୍କୁ ଭୟଙ୍କର ଭାବରେ ଆକ୍ରମଣ କରିବାର ଖବର ଆସୁଛି। ଲକ୍ଷ୍ନୌ, ଗାଜିଆବାଦ୍ ପରେ ଏବେ ରାଜ୍ୟର କାନପୁରରେ ଏଭଳି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଆପଣଙ୍କ ହୃଦୟ ବିଚଳିତ ହୋଇପାରେ।

କାନପୁରର ‘ସାର୍ ସୟଦ ଘାଟ’ରେ ପୂଜା ସମୟରେ ଜଣେ ବ୍ୟକ୍ତିଙ୍କ ଏକ ପିଟ୍‌ବୁଲ୍ ଡଗ୍‌(ପାଳିତ ବିଦେଶୀ କୁକୁର) ସାଙ୍ଗରେ ନେଇ ଘାଟକୁ ଆସିଥିଲେ। ଏହି ସମୟରେ ଗୋଲ୍‌ଡୀ ନାମକ କୁକୁରଟି ଏକ ଗାଈ ଉପରକୁ ଆକ୍ରମଣ କରିଦେଇଥିଲା। କୁକୁରଟି ବହୁତ୍ ଜୋର କରି ଗାଈଟିର ମୁହଁକୁ କାମୁଡ଼ି ଧରିଥିଲା। ସେଠାରେ ଉପସ୍ଥିତ ଲୋକେ କହିଥିଲେ ଯେ, କୁକୁରଟି ପ୍ରାୟ ୫ମିନିଟ୍ ଧରି ଗାଈର ମୁହଁକୁ କାମୁଡ଼ି ଧରିଥିଲା। କୁକୁଟିର ମାଲିକ ଏକ ଲୁହା ରଡ୍ ଧରି ତାକୁ ଛଡ଼ାଇବକୁ ଚେଷ୍ଟା କରି ମଧ୍ୟ ବିପଳ ହୋଇଥିଲେ।

ଘଟଣା ପରେ ମୁନିସପାଲିଟି କମିଶନର କୁକୁର ମାଲିକଙ୍କୁ ଲାଇସେନ୍ସ ଦେଖାଇବାକୁ କହିଥିଲେ। ଏହା ସହିତ ଅଧିକାରୀମାନେ କୁକୁରଟିକୁ ନିଜ କବଜାକୁ ନେଇଥିଲା ବେଳେ ଗାଇଈଟି ତାର ମୁହଁରେ ଗଭୀର କ୍ଷତ ପାଇଥିବା ସୂଚନା ଦେଇଛନ୍ତି। ଗାଇଁଟିକୁ ପଷୁ ଚିକିତ୍ସାଳୟକୁ ନେଇ ସେଠାରେ ତାକୁ ଆବଶ୍ୟକ ଚିକିତ୍ସା କରିବା ସହ ତାକୁ ଟିକା କରଣ କରାଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ କୁକୁରଟି ଗୋଟିଏ ସପ୍ତାହ ତଳେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି।