fbpx

Video: ମୁସଲମାନ ଛାତ୍ରଙ୍କୁ ‘ଆତଙ୍କବାଦୀ’ ବୋଲି କହିଲେ ପ୍ରଫେସର, ଦେଖନ୍ତୁ କିପରି ପ୍ରତିକ୍ରିୟା ଦେଲା ଛାତ୍ର

ବେଙ୍ଗାଲୁର: ଶ୍ରେଣୀଗୃହରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କଲେଜ କତ୍ତୃପକ୍ଷ ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାଟି ଗତ ଶନିବାର ମଣିପାଲ ଇନସ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜୀ(ଉଡିପି) କର୍ଣାଟକରେ ଘଟିଥିଲା । ପ୍ରଫେସର ଜଣକ ଛାତ୍ରଙ୍କୁ ତାଙ୍କ ନାମ ପଚାରିଥିଲେ ଏବଂ ଜଣେ ମୁସଲମାନ ନାମ ଶୁଣି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କହିଥିଲେ ‘ଓ ,, ତୁମେ କସାବ ପରି!’ ଯିଏ ୨୦୧୨ ରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଜୀବନ୍ତ କଏଦ ହୋଇଥିବା ଏକାକୀ ପାକିସ୍ତାନୀ ଆତଙ୍କବାଦୀ ଅଜମଲ କାସାବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଫେସରଙ୍କ ଆକ୍ଷେପ ପରେ ଛାତ୍ର ଜଣକ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ତାଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରି ତାଙ୍କ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା।

ଏହି ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ, ଛାତ୍ର ଜଣକ ପ୍ରଫେସରଙ୍କୁ କଥାର ବିରୋଧ କରି କହିଥିଲା କି ‘୨୬/୧୧ ଏକ ମଜାକ ନୁହେଁ। ଏହି ଦେଶରେ ମୁସଲମାନ ହେବା ଏବଂ ପ୍ରତିଦିନ ଏହି ସବୁ ସାମ୍ନା କରିବା ମଧ୍ୟ ମଜାକ ନୁହେଁ, ସାର୍ ଆପଣ ମୋ ଧର୍ମ ବିଷୟରେ ଥଟ୍ଟା କରିପାରିବେ ନାହିଁ, ଏହା ପୁଣି ଅପମାନଜନକ ଢଙ୍ଗରେ ଏହା ମଜାଳିଆ ନୁହେଁ।’ ଶିକ୍ଷକ ଜଣକ ଏହି ଘଟଣାକୁ ଦବାଇ ଦେବାକୁ ଚାହୁଁଥିବା ବେଳେ ଛାତ୍ର ଜଣକ ପାଟି କରିଥିଲେ ଯାହା ଘଟଣାକୁ ବଡ ରୂପ ଦେଇଥିଲା।

ଛାତ୍ର ଜଣକ ବିରକ୍ତି ପ୍ରକାଶ କରିବା ପରେ, ‘ତୁମେ ଠିକ୍ ମୋ ପୁଅ ପରି …’ କହି ପ୍ରଫେସର ଜଣକ ଛାତ୍ରଙ୍କୁ ବୁଝାଇବାକୁ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହାର ଉତ୍ତରରେ ଛାତ୍ର ଜଣକ କହିଥିଲା ଯେ, ଯଦି ମୁ ତୁମ ପୁଅ ପରି…ତୁମେ ତୁମ ପୁଅ ସହିତ ସେପରି କଥାବାର୍ତ୍ତା କରିବ କି? ତୁମେ ତାଙ୍କୁ ଆତଙ୍କବାଦୀ ନାମରେ ଡାକିବ କି?’

ଏହାର ଉତ୍ତରରେ ପ୍ରଫେସର ‘ନା’ କହିଥିଲେ ଏବଂ ଛାତ୍ର ଜଣକା କହିଥିଲା ‘ତା’ହେଲେ ତୁମେ ଏତେ ସଂଖ୍ୟକ ପିଲାଙ୍କ ସାମ୍ନାରେ ମୋତେ କିପରି ତୁମେ ଆତଙ୍କବାଦୀ ଡାକିଲା ? ତୁମେ ଜଣେ ପେସାଦାର, ତୁମେ ଶିକ୍ଷାଦାନ କରୁଛ। ଗୋଟିଏ ସରି ଆପଣ କଣ ଚିନ୍ତା କରୁଛନ୍ତି ଏବଂ କିପରି ଭାବୁଛନ୍ତି ତାହା ପରିବର୍ତ୍ତନ କରିବା ନାହିଁ।’ ଏହି ଘଟଣା ପରେ ଶିକ୍ଷକ ନିନ୍ଦା କ୍ଷମା ପ୍ରାର୍ଥନା କରୁଥିବା ଶୁଣିବାକୁ ମିଳିଥିଲା । ତେବେ ଅନ୍ୟ ଛାତ୍ରମାନେ ଚୁପଚାପ୍ ଏହି ବାର୍ତାଳାପକୁ ଦେଖିଥିଲେ। ଭିଡିଓ ଭାଇରାଲ ହେବା ପରେ କଲେଜ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ନିଲମ୍ବନ କରି ତଦନ୍ତ ନିର୍ଦ୍ଦେଶ ଦେଇଛି।

Get real time updates directly on you device, subscribe now.