fbpx

(Video)ବିସ୍କୁଟ ଓ କ୍ରିମ୍ ବ୍ୟବହାର କରି ରାମ ମନ୍ଦିରର ଚମତ୍କାର ପ୍ରତିକୃତି ତିଆରି କଲେ ଯୁବତୀ, ଭିଡିଓ ଭାଇରାଲ

Advertisement

ଅଯୋଧ୍ୟା: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ସାରା ଦେଶ ବର୍ତ୍ତମାନ ଚଳଚଞ୍ଚଳ ହୋଇଉଠିଛି। ସେହିପରି ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା। ଅନେକ ରାମ ଭକ୍ତ ଏକ ଅନନ୍ୟ ଢଙ୍ଗରେ ନିଜର ଭକ୍ତି ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗର ଜଣେ ଯୁବକ ପାର୍ଲେ-ଜୀ ବିସ୍କୁଟରେ ରାମ ମନ୍ଦିର ପ୍ରତିକୃତି ତିଆରି କରିଥିବା ବେଳେ ଏବେ ଆଉ ଜଣେ ଯୁବତୀ ବିସ୍କୁଟ ଓ କ୍ରିମ୍ ସାହାଯ୍ୟ ରାମ ମନ୍ଦିର ପ୍ରତିକୃତି ତିଆରି କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବତୀ କିଛି ବିସ୍କୁଟ ଓ କ୍ରିମ୍ ବ୍ୟବହାର କରି ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି ଏବଂ ବ୍ୟକ୍ତିଙ୍କୁ ବହୁତ ପ୍ରଶଂସା କରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ hetal_diy_queen ଦ୍ୱାରା ଏହି ଭିଡିଓ ଶେୟାର କରାଯାଇଛି। ସମସ୍ତେ ଏହି ଭିଡିଓକୁ ପସନ୍ଦ କରିବା ସହ ବହୁ ମାତ୍ରା ସେୟାର ମଧ୍ୟ କରିଛନ୍ତି। ଦେଖନ୍ତୁ କିପରି ଯୁବତୀ ଜଣଙ୍କ ଏହି ସୁନ୍ଦର ରାମ ମନ୍ଦିର ପ୍ରତିକୃତି ତିଆରି କରୁଛନ୍ତି।

 

View this post on Instagram

 

A post shared by Hetal’s Art (@hetal_diy_queen)

 

Get real time updates directly on you device, subscribe now.