(Video): ବାଃ ବାଃରେ ଦୋକାନୀ… ସ୍ମାର୍ଟଫୋନର ଫୁଲ୍ ଫାଇଦା ଉଠାଇଛନ୍ତି, ବିନା ସିସିଟିଭିରେ ନିଆରା ଜୁଗାଡ଼

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ବର୍ତ୍ତମାନ ଭାଇରାଲ ହେବା ପାଇଁ ଏହା ଏକ ପ୍ଲାଟଫର୍ମ ପାଲଟିଯାଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆ ସମସ୍ତଙ୍କୁ ବାୟା କରିଛି । ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ସୋସିଆଲ ମିଡିଆ ହେଉଛି ଏକ ସହଜ ମାଧ୍ୟମ । ଏହା ବାଦ୍ ବେଳେ ବେଳେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଶିକ୍ଷଣୀୟ ହେବା ସହ ସମାଜକୁ ପ୍ରେରଣା ବି ଦେଇଥାଏ ।

ସାଧାରଣତଃ ବଡ଼ ବଡ଼ ଦୋକାନ, ହୋଟେଲ, ବ୍ୟାଙ୍କ, ଅଫିସ, ଘରେ ଇତ୍ୟାଦି ସ୍ଥାନରେ ସିସିଟିଭି ଲଗାଯାଇଥାଏ । ଏହା ଦ୍ୱାରା ଚୋରକୁ ଧରିବା ସହଜ ହୋଇଥାଏ । କିନ୍ତୁ ଏହି ସିସିଟିଭିର ମୂଲ୍ୟ ଅଧିକ ଥିବାରୁ କିଛି ଲୋକମାନେ ଅତିଆବଶ୍ୟକ ନହେଲେ ଏହାକୁ ବ୍ୟବହାର କରିନଥାନ୍ତି । କିନ୍ତୁ ରାସ୍ତା କଡ଼ରେ ଥିବା ଏକ ଦୋକାନୀ ନିଜ ଦୋକାନରେ ସିସିଟିଭିର ଅଜବ ଜୁଗାଡ଼ କରିଛନ୍ତି । ବିଶେଷ କରି ଛୋଟ ଛଣାଛଣି ଦୋକାନରେ ସିସିଟିଭିର କିଛି ଆବଶ୍ୟକତା ନଥାଏ । କିନ୍ତୁ ବେଳେ ବେଳେ ଛୋଟ ପିଲାମାଙ୍କ ଦୁଷ୍ଟାମି ଉପରେ ନଜର ରଖିବାକୁ ପଡ଼ିଥାଏ । ଏଭଳି ସ୍ଥିତି ଠାରୁ ରକ୍ଷା ପାଇବା ପାଇଁ ଦୋକାନୀ ଜଣଙ୍କ ନିଆରା ପନ୍ଥା ଆପଣାଇଛନ୍ତି । ଏଥିପାଇଁ ସେ ତାଙ୍କ ସ୍ମାର୍ଟଫୋନକୁ ସିସିଟିଭି ଭାବେ ବ୍ୟବହାର କରିଛନ୍ତି । ଦୋକାନର ଏକ କାନ୍ଥରେ ସେ ତାଙ୍କ ସ୍ମାର୍ଟଫୋନକୁ ଏକ ଉଚ୍ଚତାରେ ଫ୍ରଣ୍ଟ୍ କ୍ୟାମେରା ସେଟିଂ କରି ଚିପକାଇଛନ୍ତି । ଫୋନରେ ରେକର୍ଡ଼ିଂ ଅନ୍ କରି ଗ୍ରାହକଙ୍କ କଥା ନିଶ୍ଚିନ୍ତରେ ବୁଝୁଛନ୍ତି । ଏହି ଭିଡିଓକୁ virat_cricket_786 ନାମକ ଜଣେ ୟୁଜର ନିଜ ଇନଷ୍ଟାଗ୍ରାମରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଜୁଗାଡ଼ ଆମ ରକ୍ତରେ ଅଛି ।’ ତେବେ ଏହି ଭିଡିଓ କେଉଁ ସ୍ଥାନର କିଛି ଜଣାପଡ଼ିନାହିଁ । ସତରେ ଦୋକାନୀଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by @virat_cricket_786

 

Get real time updates directly on you device, subscribe now.