fbpx

(Video): ଆଲୋକ ମାଳାରେ ଝଲସୁଛି ମନ୍ଦିର, ରାସ୍ତାଘାଟ… ଜମୁଛି ଦାଣ୍ଡିଆ ନାଚ, ପାକିସ୍ତାନରେ ନବରାତ୍ରୀ ପାଳନ କରୁଛନ୍ତି ହିନ୍ଦୁ ସମ୍ପ୍ରଦାୟ

ନୂଆଦିଲ୍ଲୀ: ଦେଶରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ । ଏଥିପାଇଁ ଉତ୍ସବମୁଖର ଗାଁରୁ ସହର । କେଉଁଠି ଦାଣ୍ଡିଆ ନାଇଟ୍‌, ଜଗରାତା ତ ପୁଣି କେଉଁଠି ମେଳାର ଭିଡ଼ ଦେଖିବାକୁ ମିଳୁଛି । ନବରାତ୍ରୀରେ ମା’ ଭଗବତୀଙ୍କ ନଅଟି ରୂପର ପୂଜାର୍ଚ୍ଚନା କରାଯାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଇସଲାମ ଦେଶରେ ନବରାତ୍ରୀ ପାଳନ ଉତ୍ସବକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

କାରାଚି, ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ବସବାସ କରନ୍ତି । ସେଠାରେ ସେମାନେ ହିନ୍ଦୁ ସଂସ୍କୃତିକୁ ଜୀବିତ ରଖିଛନ୍ତି । ସେଠାରେ ନବରାତ୍ରୀ ଉତ୍ସବ ପାଳନ ଅବସରର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପାକିସ୍ତାନୀ ଇନଫ୍ଲୁଏନ୍ସର @iamdheerajmandhan ନାମକ ଜଣେ ୟୁଜର ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ନବରାତ୍ରୀ ୪ର୍ଥ ଦିନ ପାଳନର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେଠାରେ ନବରାତ୍ରୀ ଉତ୍ସବର ଝଲକ ଦେଖିବାକୁ ମିଳିଛି, ଦୋକାନ ବଜାରରେ ପୂଜା ସହ ଜଡ଼ିତ ସାମଗ୍ରୀ ବିକ୍ରି ହେଉଛି । ଆଲୋକମାଳାରେ ମନ୍ଦିର ଓ ଗଳିକନ୍ଦି ଝଲସୁଛି । ଏହି ଭିଡିଓରେ ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ମୁଁ ଏହି ଉତ୍ସବର ଅଂଶବିଶେଷ ହେବାକୁ ପସନ୍ଦ କରିବି, ମୁମ୍ବାଇରୁ ବଡ଼ ନମସ୍କାର, ଅନ୍ୟ ଜଣେ ଲେଖିଛନ୍ତି ଆଶା କରୁଛି ଆପଣଙ୍କ ଉତ୍ସବ ଭଲ ହେବ, ୟୁକେରୁ ଶୁଭକାମନା ।

 

View this post on Instagram

 

A post shared by Dheeraj (@iamdheerajmandhan)

Get real time updates directly on you device, subscribe now.