fbpx

(Video) ‘ସୁନା ଦିଅ ଠାକୁରଙ୍କୁ ଦର୍ଶନ କର’, ଆଖି ଖୋଲିଲା ବେଳକୁ ବାବା ଛୁ….କାନ୍ଦୁଛନ୍ତି ମହିଳା

Advertisement

ଓଡ଼ିଶା ଭାସ୍କର: ଠାକୁରଙ୍କୁ ଦର୍ଶନ କରାଇଦେବା ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା । ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ସୁନା ଦିଅ ଠାକୁରଙ୍କୁ ଦର୍ଶନ କର । କରାଇଦେବା ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା ।ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ମାଆ ସ୍ୱର୍ଣ୍ଣ ପ୍ରଭା ସାହୁଙ୍କ ଠାରୁ ଆଠ ହଜାର ଟଙ୍କା ଦୁଇଟି ସୁନା ମୁଦି ଓ ସୁନା ଚେନ ସହ ମଙ୍ଗଳସୁତ୍ର ଲୁଟିନେଲେ ଦୁଇ ଭଣ୍ଡ ବାବା ।

ମାଆ ସ୍ୱର୍ଣ୍ଣ ପ୍ରଭା ସାହୁ ଓ ଝିଅ ବଜାରକୁ ମୋବାଇଲ ରିପାରିଙ୍ଗ କରି ଫେରୁଥିବା ବେଳେ ରାସ୍ତାରେ ଅଟକାଇଥିଲେ ଦୁଇ ଭଣ୍ଡ ବାବା । ସ୍ୱର୍ଣ୍ଣ ପ୍ରଭା ସାହୁଙ୍କୁ ଠାକୁରଙ୍କୁ ଦର୍ଶନ କରାଇଦେବାକୁ କହିଥିଲେ । ତା ସହ ତାଙ୍କ ନାବାଳକ ପୁଅ ଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ ଦୁଇ ଭଣ୍ଡ ବାବା । ପରେ ସ୍ୱର୍ଣ୍ଣ ପ୍ରଭାଙ୍କ ଠାରୁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଦେବାକୁ କହିଥିଲେ ।ପରେ ୫୧ ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ ବାବା । କିନ୍ତୁ ସ୍ୱର୍ଣ୍ଣ ପ୍ରଭା ଆଗକୁ ଯାଇ ଫେରି ଦେଖିବା ବେଳକୁ ଖସି ପଳାଇଥିଲେ ଦୁଇ ବାବା । ଘଟଣା ସମ୍ପର୍କରେ ଖବରପାଇ ଟାଉନଥାନା ପୋଲିସ ବଜାରରୁ ସିସିଟିଭି ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.