fbpx

Video: ଛାତ୍ରୀଙ୍କର ସାନିଟାରୀ ପ୍ୟାଡ ପ୍ରଶ୍ନରେ ଆଇଏଏସ୍ ଅଧିକାରୀଙ୍କ ଅଜବ ଉତ୍ତର

ପାଟନା: ରାଜଧାନୀ ପାଟନାରେ ଛାତ୍ରୀମାନଙ୍କ ସଚେତନତା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଫିସର ଛାତ୍ରୀମାନଙ୍କୁ ଏପରି କିଛି କହିଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହେଇଯାଇଛି। ପ୍ରକୃତରେ ଏହି କର୍ମଶାଳାରେ ଜଣେ ଛାତ୍ରୀଙ୍କର ପ୍ରଶ୍ନର ଉତ୍ତରରେ ଜଣେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ଦେଇଥିବା ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାତ୍ରୀ ଜଣଙ୍କର ପ୍ରଶ୍ନ ଥିଲା ସରକାର ୨୦-୩୦ ଟଙ୍କା ମୂଲ୍ୟର ସାନିଟାରୀ ପ୍ୟାଡ୍ ଯୋଗାଇ ପାରିବେ କି ନାହିଁ?

ଏହି ପ୍ରଶ୍ନର ଉତ୍ତରରେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ କହିଛନ୍ତି ଯେ ଲୋକଙ୍କ ଦାବି ଶେଷ ହେବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ୨୦-୩୦ ଟଙ୍କା ମୂଲ୍ୟର ସାନିଟାରୀ ପ୍ୟାଡ୍ ଦେଇପାରିବେ। ଆସନ୍ତାକାଲି ଆପଣ ଜିନ୍ସ-ପ୍ୟାଣ୍ଟ ଦାବି କରିବେ, ପରେ ଜୋତା କାହିଁ ବୋଲି କହିବେ ? ଆଇଏଏସ୍ ଅଧିକାରୀ ହରଜୋତ କୌର ଆହୁରି କହିଛନ୍ତି ଯେ ଯେତେବେଳେ ପରିବାର ଯୋଜନା ବିଷୟରେ କୁହାଯାଏ, ଏହାକୁ ମଧ୍ୟ ଲୋକେ ମାଗଣାରେ ସରକାରଙ୍କଠୁଁ ଦାବି କରିବେ।

ମଙ୍ଗଳବାର ଦିନ ‘ଶଶକ୍ତ ବେଟି, ସମୃଧ ବିହାର: ବାଳିକା ଶିଶୁର ମୂଲ୍ୟ ବୃଦ୍ଧି ଦିଗରେ’ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ମହିଳା ଓ ଶିଶୁ ବିକାଶ ନିଗମ ୟୁନିସେଫ୍, ସେଭ୍ ଦି ଚାଇଲ୍ଡ ଏବଂ ପ୍ଲାନ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ମିଳିତ ଭାବେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏପରି ଘଟଣା ଘଟାଇଥିବାର ସୂଚନା ମିଳିଛି।

Get real time updates directly on you device, subscribe now.