fbpx

‘ମୁଁ ମନା କରିବା ସତ୍ତ୍ୱେ ଭିଡିଓ କରି ସେୟାର କରିଦେଲେ’, ରାଗିଯାଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: କେକେଆର ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ ପୂର୍ବରୁ ରୋହିତ ଶର୍ମାଙ୍କ ଏକ ଭିଡିଓ ରେକର୍ଡ ହୋଇ ଭାଇରାଲ ହୋଇଥିଲା । ଏହାକୁ ଷ୍ଟାର ସ୍ପୋଟର୍ସ ଚଳାଇଥିଲେ । ରୋହିତ ଶର୍ମାଙ୍କ ଏହି କଥାବର୍ତ୍ତା କେକେଆରର ସହାୟକ କୋଚ ଅଭିଷେକ ନାୟରଙ୍କ ସହ ହେଉଥିଲା । କେକେଆର ମଧ୍ୟ ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛି ଏବଂ ପରେ ଡିଲିଟ କରିଛି । ଷ୍ଟାର ସ୍ପୋଟର୍ସ ଏହାକୁ ଟିଭିରେ ଚଲାଇଛନ୍ତି ।

ମୁମ୍ବାଇର ଅଭିଯାନ ସମାପ୍ତ ହେବାପରେ ବର୍ତ୍ତମାନ ରୋହିତ ଶର୍ମା କହିଛନ୍ତି ଯେ, ଚ୍ୟାନେଲ ତାର ନିଜସ୍ୱତା ଉଲ୍ଲଘଂନ କରିଛନ୍ତି । ତାଙ୍କ କହିବା ପରେ ମଧ୍ୟ ଚ୍ୟାନେଲ ଭିଡିଓ କରିଛନ୍ତି ଏବଂ ଚ୍ୟାନେଲରେ ବି ଚଲାଇଛନ୍ତି । ମୋ ପ୍ରାଇଭେଟ କଥାବାର୍ତ୍ତା ସମୟରେ ଏହି ଭିଡିଓ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରୋହିତ ଲେଖିଛନ୍ତି ଯେ, କ୍ରିକେଟରମାନଙ୍କ ଜୀବନ ଏଭଳି ହସ୍ତକ୍ଷେପପୂର୍ଣ୍ଣ ହୋଇଯାଇଛି ଯେ, ଯାହାକି ଆମର ପ୍ରତି ପଦକ୍ଷେପକୁ ଏବଂ କଥାବାର୍ତ୍ତାକୁ ରେକର୍ଡ କରାଯାଉଛି, ଯାହାକି ଆମ ନିଜ ସାଙ୍ଗମାନଙ୍କ ସହ ଏବଂ ସହକର୍ମୀମାନଙ୍କ ସହ ଏବଂ ଟ୍ରେନିଙ୍ଗ ସମୟରେ ବା ମ୍ୟାଚ ଦିନରେ ଏକାନ୍ତରେ କଥାବର୍ତ୍ତା ହେବା ସମୟରେ ଏଭଳି ଘଟୁଛି ।

ଭାରତୀୟ କ୍ୟାପ୍ଟେନ ଆଗକୁ ଲେଖିଛନ୍ତି ଯେ, ଷ୍ଟାର ସ୍ପୋଟର୍ସଙ୍କ ସହ ମୋ କଥାବର୍ତ୍ତା ରେକର୍ଡ ନ କରିବା ପରେ ମଧ୍ୟ ସେମାନେ ଭିଡିଓ କରି ଅନ ଏୟାର କରିଦେଇଛନ୍ତି । ଏହା ବ୍ୟକ୍ତିତ୍ୱକୁ ଉଲ୍ଲଘଂନ କରୁଛି । ବିଶେଷ କରି କଣ୍ଟେଣ୍ଟ ଏବଂ ଭ୍ୟୁଜକୁ ଧ୍ୟାନରେ ରଖି ଚଳାଯାଉଥିବା ଜିନିଷରେ ଗୋଟିଏ ଦିନ କ୍ରିକେଟର, ଫ୍ୟାନ୍ସ ଏବଂ କ୍ରିକେଟ ମଧ୍ୟରେ ଭରଷା ଭାଙ୍ଗିଯିବ ।

ଟ୍ରେନିଙ୍ଗ ସମୟରେ ରୋହିତ ଶର୍ମା ଏବଂ ଅଭିଷେକ ନାୟର କଥା ହେଉଥିଲେ । ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ମନ୍ଦିର ବୋଲି କହି ଏହି ମନ୍ଦିରକୁ ମୁଁ କରିଛି । ଏପର୍ଯ୍ୟନ୍ତ ଏଠାରେ ଜିନିଷ ବଦଳୁଛି । ମୋର କଣ ଅଛି ଭାଇ ଏହା ତ ମୋର ଲାଷ୍ଟ ଅଟେ । ରୋହିତ ଏବଂ ନାୟରଙ୍କ ଏହି କଥାବର୍ତ୍ତା ରେକର୍ଡ କରାଯାଇଥିଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.