ଓଡ଼ିଶା ଭାସ୍କର: ଆଜି ସାରା ଦେଶରେ ମହାନବମୀ ପାଳନ କରାଯାଉଛି । ଆଉ ଏହି ମହାନବମୀରେ ଦେଖିବାକୁ ମିଳିଛି ଏକ ମହାଜାଗତିକ ଦୃଶ୍ୟ । ସ୍ୱଚ୍ଛ, ନିର୍ମଳ ନୀଳ ଆକାଶର ରଙ୍ଗ ଆଜି ବଦଳି ଯାଇଛି । ମା’ ଦଶଭୂଜାଙ୍କ ଆଗମନରେ ପ୍ରକୃତି ବି ନିଜର ରଙ୍ଗ ପରିବର୍ତ୍ତନ କରିଦେଇଛି । ସାତ ରଙ୍ଗରେ ସଜେଇ ହୋଇ ଖିଲି ଖିଲି ହସୁଛି ଏଇ ଆକାଶ । ନାଲି-ନେଳି ରଙ୍ଗର ଚାଦର ଢାଙ୍କି ହୋଇ ସମସ୍ତଙ୍କୁ ଚମକାଇ ଦେଇଛି ପ୍ରକୃତି । ରଙ୍ଗ-ବେରଙ୍ଗରେ ଆକାଶ ସମ୍ପୂର୍ଣ୍ଣ ରଙ୍ଗୀନ ହୋଇ ଯାଇଛି ଏବଂ ଲେହରୁ ଆମେରିକା ପର୍ଯ୍ୟନ୍ତ ଏହାର ଝଲକ ଦେଖିଛନ୍ତି ପୃଥିବୀ ବାସିନ୍ଦା । ଏହି ଘଟରାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ସାଧାରଣତଃ ଆକାଶକୁ ଆମେ ସବୁବେଳେ ନୀଳ ରଙ୍ଗରେ ଦେଖିଥାଉ ଏବଂ ସୂର୍ଯ୍ୟାସ୍ତ-ସୂର୍ଯ୍ୟୋଦୟ ସମୟରେ ଏହାର ରଙ୍ଗ ନାରଙ୍ଗୀ ହୋଇଯାଏ । କିନ୍ତୁ ଖୁବ କମ୍ ସମୟରେ ଆକାଶ ଏକାଧିକ ରଙ୍ଗରେ ରଙ୍ଗେଇ ହୋଇଥିବାର ଦେଖାଯାଏ । ନାଲି-ନେଳି ରଙ୍ଗ ସହିତ ଆହୁରି ଅନେକ ରଙ୍ଗରେ ଆକାଶକୁ ସତେ ଯେମିତି କେହି ଆଙ୍କି ଦେଇଛି । ତେବେ ଏମିତି ଘଟଣା ପ୍ରଥମ ଥର ପାଇଁ ଦେଖାଯାଇ ନାହିଁ । ଗତ ମେ’ ମାସରେ ମଧ୍ୟ ଏଭଳି ଘଟଣା ଦେଖାଯାଇଛି । ତେବେ ଏହା ହେଉଛି ଅନ୍ତରୀକ୍ଷର ଏକ ଘଟଣା, ଯାହା ଯୋଗୁଁ ଆକାଶରେ ଇନ୍ଦ୍ରଧନୁର ସମସ୍ତ ରଙ୍ଗ ଦେଖିବାକୁ ମିଳିଥାଏ । ସିଧାସଳଖ ସୌରଝଡ଼ ବା ସୋଲାର ଷ୍ଟର୍ମ ସହ ଏହାର ସମ୍ପର୍କ ରହିଥାଏ । ଉତ୍ତର ପୋଲ ଅଞ୍ଚଳରେ ଏହା ଦେଖାଯାଇଛି, ତେଣୁ ଏହାକୁ ଆରୋରା ବୋରିୟାଲିସ ବୋଲି ମଧ୍ୟ କୁହାଯାଏ । ଦକ୍ଷିଣ ପୋଲରେ ଦେଖାଯାଇଥିଲେ ଏହାକୁ ଆରୋରା ଅଷ୍ଟ୍ରେଲିସ ବୋଲି କୁହା ଯାଇଥାନ୍ତା ।
କିପରି ହୋଇଥାଏ ଆରୋରା ବୋରିୟାଲିସ?
ସୂର୍ୟ୍ୟ ଅନେକ ଗ୍ୟାସର ଏକ ବଲ ଏବଂ ଏଥିରୁ ନିଆଁର ଏକ ବବୁଲ ଆସେ, ଯାହା ମହାକାଶରେ ଅତି ଦ୍ରୁତ ଗତିରେ ଯାତ୍ରା କରିପାରିବ । ଏହାକୁ କରୋନାଲ୍ ମାସ୍ ଇଜେକସନ ବା ସୌର ପ୍ରଜ୍ୱଳନ ମଧ୍ୟ କୁହାଯାଏ । ଏକ ଉଜ୍ଜ୍ୱଳ ସସ୍ ଭଳି ଦେଖା ଯାଉଥିବା ସୂର୍ୟ୍ୟଙ୍କର ବାହ୍ୟସ୍ତରର ତାପମାତ୍ରା ପ୍ରାୟ ୫ ହଜାର ଡିଗ୍ରୀ ସେଲସିୟସ୍ ହୋଇଥାଏ । କିନ୍ତୁ ସୂର୍ୟ୍ୟର ମଧ୍ୟଭାଗର ତାପମାତ୍ରା ଏହାଠାରୁ ଅନେକ ଗୁଣ ଅଧିକ (ପ୍ରାୟ ୧୫ ନିୟୁତ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ) ହୋଇପାରେ । ଏଥିରେ ସର୍ବାଧିକ ୯୨ ପ୍ରତିଶତ ହାଇଡ୍ରୋଜେନ୍ ଗ୍ୟାସ୍ ଅଛି । ତେଣୁ ଅତ୍ୟଧିକ ଉତ୍ତାପ ହେତୁ ହାଇଡ୍ରୋଜେନ୍ ନ୍ୟୁକ୍ଲିୟଗୁଡିକ ଭାଙ୍ଗିଥାଏ । ଏହି ବିଚ୍ଛିନ୍ନତା ପ୍ରକ୍ରିୟାକୁ ପରମାଣୁ ଫ୍ୟୁଜନ୍ କୁହାଯାଏ ଏବଂ ଏହା ହିଲିୟମ୍ ଗ୍ୟାସ୍ ଉତ୍ପାଦନ କରେ । ହିଲିୟମ୍ ଗଠନ ବହୁ ପରିମାଣର ଶକ୍ତି ଉତ୍ପାଦନ କରେ ।
The full evolution of today’s mesmerising #SolarFlare, which continued for over 12 hours! This is a very long duration event, as most flares are over well within an hour of onset. Just look at those flare loops grow! Awe-some stuff. #spaceweather #astronomy pic.twitter.com/URwwZNfm5S
— Dr. Ryan French (@RyanJFrench) September 2, 2024
ଏହି ଶକ୍ତି ସହିତ ଅନେକ ଛୋଟ କଣିକା ମଧ୍ୟ ଆସେ । ଏଥି ସହିତ, ସୌର ପ୍ରଜ୍ୱଳନ ମଧ୍ୟ ପୃଥିବୀ ଆଡକୁ ଗତି କରେ ଏବଂ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ସୌର ପ୍ରଜ୍ୱଳିତ ଗ୍ୟାସ୍ ବାୟୁମଣ୍ଡଳରେ ଥିବା ଗ୍ୟାସ୍ ସହିତ ପ୍ରତିକ୍ରିୟା କରେ, ଗ୍ୟାସର ଏହି ପ୍ରତିକ୍ରିୟା ଆକାଶରେ ଏକ ସୁନ୍ଦର ଏବଂ ଏଭଳି ଅଲୌକିକ ପ୍ରଦର୍ଶନ କରିଥାଏ । ଆମ ବାୟୁମଣ୍ଡଳରେ ରଖାଯାଇଥିବା ଅମ୍ଳଜାନ ସବୁଜ ଏବଂ ନାଲି ଆଲୋକ ଦେଇଥାଏ । ନାଇଟ୍ରୋଜେନ ହେତୁ ଏହା ଆକାଶରେ ନୀଳ ଏବଂ ବାଇଗଣୀ ରଙ୍ଗରେ ଉଜ୍ଜ୍ୱଳ । ଯେଉଁଠାରେ ଏହି ଗ୍ୟାସ ମାନଙ୍କର ସଂଘର୍ଷ ହୁଏ, ଯାହାପରେ ଆକାଶର ରଙ୍ଗ ଏଭଳି ପରିବର୍ତ୍ତନ ହୋଇଥାଏ ।