ହାନୋଇ: ଭିଏତନାମର ସବୁଠାରୁ ବଡ଼ ଠକେଇ ମାମଲାରେ ରିଅଲ ଇଷ୍ଟେଟ୍ ଟାଇକୁନ୍ Truong My Lanଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ଗୁରୁବାର ଦକ୍ଷିଣ ଭିଏତନାମର Ho Chi Minh ସହରର ଏକ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।
ସୂତ୍ରରୁ ପ୍ରକାଶ ୨୦୨୨ରେ Van Thinh Phat ନାମକ ଏକ ରିଅଲ ଇଷ୍ଟେଟ୍ କମ୍ପାନୀ ୬୭ ବର୍ଷୀୟ Truong My Lanଙ୍କୁ ଏହି ବଡ଼ ଠକେଇ ମାମଲାରେ ଗିରଫ କରିଥିଲା । ଉକ୍ତ କମ୍ପାନୀର ଅଭିଯୋଗ ଅନୁଯାୟୀ Lan ୧୨.୫ ଆମେରିକୀୟ ଡଲାରର ବଡ଼ ଠକେଇ କରିଥିଲେ । ଏହା ଦେଶର ଜିଡିପି (୨୦୨୨)ର ପ୍ରାୟ ୩ ପ୍ରତିଶତ । ୨୦୨୧ରୁ ୨୦୨୨ ମଧ୍ୟରେ Lan ସାଇଗନ୍ ଜଏଣ୍ଟ ଷ୍ଟକ୍ କମର୍ସିଆଲ ବ୍ୟାଙ୍କକୁ ବେଆଇନ୍ ଭାବେ ନିୟନ୍ତ୍ରଣ କରୁଥିଲେ । ଏହା ଦ୍ୱାରା ସେ ହଜାର ହଜାର ଶେଲ କମ୍ପାନୀ ମାଧ୍ୟମରେ ଏବଂ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇ ପାଣ୍ଠି ସଂଗ୍ରହ କରୁଥିଲେ । ଦୁର୍ନୀତି ନିବାରଣ ଅଭିଯାନରେ ୨୦୨୨ରେ Lanଙ୍କ ଗିରଫ ସବୁଠାରୁ ହାଇ ପ୍ରୋଫାଇଲ ଥିଲା । ତେବେ ଦେଶର ଶୀର୍ଷ ରାଜନେତାମାନେ ମଧ୍ୟ ଭିଏତନାମରେ ତଥାକଥିତ ଦୁର୍ନୀତି ବିରୋଧୀ ଅଭିଯାନରୁ ନିଜକୁ ରକ୍ଷା କରିପାରିନାହାଁନ୍ତି । ଏହି ଅଭିଯାନରେ ଜଡ଼ିତ ହେବା ପରେ ଗତ ମାସ ଭିଏତନାମର ପୂର୍ବତନ ରାଷ୍ଟ୍ରପତି Vo Van Thuong ନିଜ ପଦରୁ ଇସ୍ତଫା ଦେଇଥିଲେ ।