fbpx

ଟଙ୍କା ସହ IICଙ୍କୁ ଧରିଲା ଭିଜିଲାନ୍ସ: ଜାଲରେ ଫସିଗଲେ ଥାନା ଇନଚାର୍ଜ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି ଲୋଇସିଙ୍ଗାର ଥାନା ଇନଚାର୍ଜ ସଂଗ୍ରାମ ପଟ୍ଟନାୟକ । ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ଥାନାବାବୁ । ଏହି ଲାଞ୍ଚ ଟଙ୍କା ସହ ସମ୍ପୃକ୍ତ ଇନଚାର୍ଜ ସଂଗ୍ରାମ ପଟ୍ଟନାୟକଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରେଡ କରିଥିଲା । ତେବେ ଏହି ସମୟରେ ଭିଜିଲାନ୍ସ ହାତରେ ସେ ଧରା ପଡିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଲୋଇସିଙ୍ଗା ଥାନା ଇନଚାର୍ଜ ସଂଗ୍ରାମ ପଟ୍ଟନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ଜବତ ହୋଇଥିବା ମଦଗାଡିକୁ ଛାଡିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ । କିନ୍ତୁ ଏହି ସମୟରେ ରେଡ କରି ଟଙ୍କା ସହିତ ଅଭିଯୁକ୍ତଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ।

Get real time updates directly on you device, subscribe now.