fbpx

ଲାଞ୍ଚ ନେବାବେଳେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

Advertisement

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପ୍ରତିଦିନ ଦୁର୍ନୀତିଖୋର ଅଧିକାରୀଙ୍କ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ । ୫୦୦୦ ଟଙ୍କା ଲାଞ୍ଚ ନେଲାବେଳେ ଧରିଛି ଭିଜିଲାନ୍ସ । ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ତେବେ ଖୋର୍ଦ୍ଧା ବେଗୁନିଆ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସଂଘମିତ୍ରା ସାହୁ ।

ନିକଟରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଅତିରିକ୍ତ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଗିରଫ ହୋଇଛନ୍ତି । ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ନଳିନୀ କାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଭିଜିଲାନ୍ସ ଅଧିକାରୀ ।

ତେବେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱ ରେ ମାଲକାନଗିରି ଭିଜିଲାନ୍ସ ବିଭାଗ ର ମିଳିତ ଭାବରେ ନଳିନୀ କାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଉମରକୋଟ ଥାନା ଠାରୁ ଅଳ୍ପ କିଛି ଦୂର ସ୍ଥାନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲେ । ଠିକ ଏହି ସମୟରେ ଭିଜିଲାନ୍ସ କୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି.ଏସ.ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଟିମ୍ ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗ ର ୧୪ ଜଣ ଅଧିକାରୀ ସାମିଲ ରହିଥିଲେ ।

Get real time updates directly on you device, subscribe now.