fbpx

ଫସିଗଲେ ପୋଲିସ ବାବୁ: ଲାଞ୍ଚ ନେଉଥିବା ବେଳେ IICଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଢେଙ୍କାନାଳ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଢ଼େଙ୍କାନାଳ ସଦର ଥାନା ଆଇଆଇସି । ୩୦ ହଜାର ଟଙ୍କା ନେବା ବେଳେ ଢ଼େଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ଜଣେ କୋଇଲା ଟ୍ରକ ମାଲିକଙ୍କଠାରୁ ଟଙ୍କା ନେଉଥିବା ସୂଚନା ମିଳିଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି ଥାନା ବାବୁ । ରୁଦ୍ଧ କୋଠରୀ ଭିତରେ ଥାନା ଅଧିକାରୀଙ୍କୁ ଜେରା ଚାଲିଛି ।

ଏହା ସହ ଆଜି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ୧୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । ବାଲେଶ୍ୱର ଏସ୍.ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡି.ଏସ୍.ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନିସ୍ପେକ୍ଟରଙ୍କ ସହିତ ଏହି ମିଳିତ ଚଢାଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ବେହେରା ୨୦୧୫ ବ୍ୟାଚ୍ ର ୩୩ ଜଣ ଶିକ୍ଷକଙ୍କ ଏରିଅର ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଡିମାଣ୍ଡ କରିଥିଲେ । କିନ୍ତୁ ଏହି ଡିଲ୍ ୬୦ ହଜାର୍ ଟଙ୍କାରେ ଫାଇନାଲ ହୋଇଥିଲା ।

ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ଆଜି କମଳାକାନ୍ତ ବେହେରାଙ୍କ ଠାରୁ ଅଗ୍ରିମ ୧୫ ହଜାର୍ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଏହା ପରେ ଆରମ୍ଭ ହୋଇଥିଲା ଚଢାଉ । ତେବେ ବର୍ତମାନ ପର୍ଯ୍ୟନ୍ତ ତିନୋଟିସ୍ଥାନରେ ଚଢାଉ ଜାରୀ ରହିଛି । ଘଟଗାଁ ବି.ଇ.ଓ କାର୍ଯ୍ୟାଳୟ ସମେତ ନିଜ ବାସଭବନ ଯାଜପୁର୍ ଟାଉନ୍ ଏବଂ ପୈତ୍ରୁକ ଗ୍ରାମ ବିଂଝାରପୁରରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ ଜାରି ରଖିଛି ।

Get real time updates directly on you device, subscribe now.