ବୌଦ୍ଧ- ଭିଜିଲାନ୍ସ ଜାଲରେ ୨ ବୟନ ଶିଳ୍ପ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ୨ ବୟନ ଶିଳ୍ପ ନିରୀକ୍ଷକଙ୍କୁ କାବୁକଲା ଭିଜିଲାନ୍ସ । ଏହା ପରେ ଉଭୟଙ୍କ ଘର ସହ ଏକାଧିକ ଯାଗାରେ ରେଡ କରୁଛି ତଦନ୍ତକାରୀ ସଂସ୍ଥା ।
ସୂଚନା ମୁତାବକ, ବୌଦ୍ଧ ବାଉଁଶୁଣି ସମବାୟ ସମିତିର ବିଲ ରିଲିଜ କରିବାକୁ ଏହି ଦୁଇ ଅଧିକାରୀ ଲାଞ୍ଚ ମାଗିଥିଲେ । ସେମାନଙ୍କୁ ଲାଞ୍ଚ ବାବଦକୁ ୫ ହଜାର ଟଙ୍କା ଦେବା ବେଳକୁ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଅଧିକାରୀ ମାଡିବସିଛି । ଏହି ଦୁଇ ନିରୀକ୍ଷକ ବୌଦ୍ଧ ସହକାରୀ ନିର୍ଦ୍ଦେଶକ, ବୟନ ଶିଳ୍ପ କାର୍ଯ୍ୟାଳୟର । ଜଣଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ ଅଦିତ ଦାସ ।
ଉଭୟଙ୍କଠାରୁ ସେମାନେ ନେଉଥିବା ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ଏଥିସହ ଏମାନଙ୍କ ଘର ଉପରେ ଚଢାଉ କରୁଛି । ତେବେ ଭିଜିଲାନ୍ସ ଏମାନଙ୍କଠାରୁ କେତେ କଣ ଜବତ କରିଛି ତାହା ଜଣାପଡି ନାହିଁ ।