ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍; ମିଳିଲାଣି ଦେଢ କୋଟି ଟଙ୍କା, ସୁନା ବିସ୍କୁଟ-ଇଟା
ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ ।
ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ । ଘରେ ପଶୁ ପଶୁ ମିଳିଲାଣି ପୁଳା ପୁଳା ଟଙ୍କା । ଜୟପୁର ଓ ଭୁନେଶ୍ବରର ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ପି. ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ ଜାରି ରହିଛି ।
ଯାଞ୍ଚ ବେଳେ ରାମଚନ୍ଦ୍ରଙ୍କ ଘରୁ ମିଳିଛି ନଗଦ ଦେଢ କୋଟି ଟଙ୍କା, ଅଧକେଜି ସୁନା, 1 କେଜି ରୂପା ଅଳଙ୍କାର ଠାବ । ସୁନା ବିସ୍କୁଟ, ସୁନା ଇଟା, ସୁନା କଏନ୍ ମଧ୍ୟ ମିଳିଲାଣି । ସକାଳୁ ସକାଳୁ ଡେପୁଟି ରେଞ୍ଜରଙ୍କ ଘରେ ଚାଲିଛି ଚଢାଉ ।
ଜୟପୁର ପିଆର ପେଟାରେ ଥିବା ପୈତୃକ ଘର, ଗୋଲଡେନ ହାଇଟ ଆପାର୍ଟମେଂଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇଙ୍କ ଫ୍ଲାଟରେ ମଧ୍ୟ ଚାଲିଛି ରେଡ୍ ।
ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉ ଚାଲିଛି । ସାମିଲ ଅଛନ୍ତି 6 ଜଣ DSP, 5 ଜଣ ଇନ୍ସପେକ୍ଟର, 9 ଜଣ ASI ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।