fbpx

ରଣପୁରର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୟାଗଡ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ରଣପୁରର ସହକାରୀ ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଏବେବି ଚଢ଼ାଉ ଜାରି ରହିଛି । ଏକକାଳୀନ ଏହି ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଏଥିରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ତେବେ ଚଢ଼ାଉ ବେଳେ ଗୋଟିଏ ପ୍ଲଟ, ଗୋଟିଏ ୪ ଚକିଆ ଗାଡ଼ି, ବାଇକ୍ ଓ ନଗତ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଜବତ ଟଙ୍କା ମଧ୍ୟରୁ ୩୫ ହଜାର ପୁରୁଣା ୫୦୦ ଟଙ୍କିଆ ନୋଟ୍ ରହିଛି । ବେଡ୍ ତଳୁ ୭୦ଟି ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି ।

Get real time updates directly on you device, subscribe now.