fbpx

କୁବେର ବାବୁଙ୍କଠାରୁ ବାହାରୁଛି କୋଟି କୋଟି ସମ୍ପତ୍ତି, ଭିଜିଲାନ୍ସ ଦେଖି ଫିଙ୍ଗିଦେଇଥିଲେ ଟଙ୍କା ପେଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସରେ ଫସିଥିବା କୋଟିପତି ସରକାରୀ ବାବୁଙ୍କ ଘରୁ ବାହାରୁଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଏବେବି ଚଢ଼ାଉ ଜାରି ରହିଛି । ପ୍ରତାପ ସାମଲଙ୍କ ପତ୍ନୀଙ୍କ ନାଁରେ ରହିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ରେଡ ବେଳେ ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲାଣି ।

ଭୁବନେଶ୍ୱର ଗୋଠପାଟଣାରେ ପତ୍ନୀଙ୍କ ନାଁରେ ଫ୍ଲାଟ ରହିଛି । ୨୦,୩୫୦ ସ୍କୋୟାରଫୁଟ ଜାଗାରେ ୫ ମହଲା ବିଲ୍ଡିଂ ତିଆରି ହୋଇଛି । ସେହି ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ରହିଛି । ବିଲ୍ଡିଂରେ ହୋଇଥିବା ଜାଗାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଏହା ସହ ଚଢ଼ାଉ ବେଳେ ଘରୁ ନଗଦ ୩୮ ଲକ୍ଷ ଟଙ୍କା ମିଳିଛି ।

ଏହା ସହ ଖବର ମିଳିଛି ଯେ, ଭିଜିଲାନ୍ସ ଚଢ଼ାଉ ଦେଖି ପାଖ ଘର ଛାତକୁ ଟଙ୍କା ଫିଙ୍ଗି ଦେଇଥିଲେ ବାବୁ । ଆଇଆରସି ଭିଲେଜ ୪୧୬ ନମ୍ବର ଘର ରେଡ୍ ବେଳେ ସେ ଟଙ୍କା ଫିଙ୍ଗି ଦେଇଥିଲେ । ଏକ ପେଟିରେ ଭର୍ତ୍ତି ବିଡ଼ା ବିଡ଼ା ଟଙ୍କା ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କାରଣ ପାଖ ଘର ଛାତରୁ ଏକ ଟଙ୍କା ଭର୍ତ୍ତି ପେଟି ଉଦ୍ଧାର କରିଛି ଭିଜିଲାନ୍ସ, ଯେଉଁଥିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଜବତ ହୋଇଛି ।

Get real time updates directly on you device, subscribe now.