fbpx

GRSଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର,୨୧ ।୧(ଓଡିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ଉମରକୋଟ ସିଂସାରୀ ପଞ୍ଚାୟତ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସିଂସାରୀ ପଞ୍ଚାୟତ ଜିଆରଏସ ହିମାଂଶୁ ବାଗଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଉମରକୋଟ ଭଗବତୀସାହି ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।

Get real time updates directly on you device, subscribe now.