fbpx

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା, ୧୮ା୩ (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ାର ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଯନ୍ତ୍ରୀଙ୍କର ୬ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ ।

Get real time updates directly on you device, subscribe now.