fbpx

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ

Advertisement

ଭୁବନେଶ୍ୱର : ରାଜ୍ୟ ରାଜନୀତିରୁ ଏକ ବଡ ଖବର ଆସିଛି । ବିଧାନସଭାର ବାଚସ୍ପତି ବିକ୍ରମା ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ନିଜେ ସେ ସୂଚନା ଦେଇଛନ୍ତି । ଏକ ଘଣ୍ଟା ପୂର୍ବରୁ ସେ ନିଜର ଇସ୍ତଫା ପତ୍ର ମାନ୍ୟବର ଉପ-ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଛନ୍ତି ।

ବାଚସ୍ପତି ପଦରେ ଥିବା ସମୟରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି । ଆଗକୁ ଯାହା ଦାୟିତ୍ୱ ମିଳିବ ମୁଁ ତାହାକୁ ସୂଚାରୁ ରୂପେ ତୁଲାଇବି ବୋଲି ସେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ନିଜ ଇଚ୍ଛାରେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛି ବୋଲି ଗରମାଧ୍ୟମ ପ୍ରଶ୍ନରେ ସେ ବାରମ୍ବାର ଉତ୍ତର ରଖିଥିଲେ ।

ସେ ଆହୁରି କହିଥିଲେ ଯେ , ସୁପ୍ରିମୋ ମୋତେ ଯେକୌଣସି ଦାୟିତ୍ୱ ଦେବେ ତାହାକୁ ଅତି ନିଷ୍ଠାର ସହ ନିର୍ବାହ କରିବ । ଦଳ ବା ସରାକରରେ ଯେକୌଣସି ଦାୟିତ୍ୱ ମିଳିବ ତାହା ସମ୍ପୂର୍ଣ୍ଣ ରୂପେ ତୁଲାଇବି । ବିକ୍ରମ ଆରୁଖଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ଯେ,  ଦଳର କୌଣସି ଉଚ୍ଚ ସ୍ତରୀୟ ପଦବୀ ମିଳିପାରେ । କିମ୍ବା ମନ୍ତ୍ରୀମଣ୍ଡଳରରେ ଉଚ୍ଚକୋଟୀର ଦାୟିତ୍ୱ ମିଳିବ । ତେବେ ବାଚସ୍ପତି ଦାୟିତ୍ୱ ତୁଲାଇବାରେ ମାତ୍ର ଏକ ବର୍ଷ ପୁରି ନଥିବା ବେଳେ ବିକ୍ରମ ଆରୁଖଙ୍କ ଇସ୍ତଫା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ପ୍ରଥମେ ବାଚସ୍ପତି ଏବଂ ତାର ମାତ୍ର କିଛି ମିନିଟ ପରେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ଘଟଣା ଏବେ ରାଜ୍ୟ ରାଜନୀତିରେ କେଉଁ ମୋଡ ନେବ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.