ଭୋ ଭୋ ହୋଇ କାନ୍ଦୁଛନ୍ତି ବଲିଉଡର ଏହି ନିର୍ଦ୍ଦେଶକ, ୭୫ ବର୍ଷରେ ଆଖି ବୁଜିଲେ ମା’, ଦୁଃଖରେ ପଡ଼ିଲେ ଭାଙ୍ଗି

ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ମା’ଙ୍କ ଦେହାନ୍ତ ହୋଇଛି। ତାଙ୍କ ମାଆ ବର୍ଷା ଭଟ୍ଟ ଆଉ ଏହି ଦୁନିଆରେ ନାହାନ୍ତି। ୭୫ ବର୍ଷ ବୟସରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଆଜି ଅର୍ଥାତ ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର କିଡନୀ ସଂକ୍ରମଣ ହୋଇଥିଲା, ଯାହା ପରେ ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଯାହା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି।
ଏହି ଖବର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଶନିବାର ଅପରାହ୍ନ ୨ଟାରେ ଭର୍ସୋଭା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ବିକ୍ରମ ଭଟ୍ଟ ତାଙ୍କ ମାଆଙ୍କ ସହିତ ବହୁତ ନିକଟତର ଥିଲେ। ବଲିଉଡରେ ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିବାରେ ତାଙ୍କ ମାଆଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ପିଲାଦିନରୁ ତାଙ୍କ ସ୍ୱପ୍ନ ଥିଲା ଫିଲ୍ମ ନିର୍ମାଣରେ ଯିବା, ଯେଉଁଥି ପାଇଁ ତାଙ୍କ ମାଆ ତାଙ୍କୁ ସମର୍ଥନ କରିଥିଲେ। ଆଜି ତାଙ୍କୁ ବଲିଉଡର ବଡ଼ ନିର୍ଦ୍ଦେଶକଙ୍କ ମଧ୍ୟରେ ଗଣନା କରାଯାଏ।

ବିକ୍ରମ ଭଟ୍ଟଙ୍କ ପ୍ରଥମ ଚଳଚ୍ଚିତ୍ର

ବିକ୍ରମ ଭଟ୍ଟ ଗତ ୩୩ ବର୍ଷ ଧରି ବଲିଉଡରେ ନିର୍ଦ୍ଦେଶକ ଭାବରେ କାମ କରୁଛନ୍ତି। ୧୯୯୨ ମସିହାରେ ‘ଜାନମ୍‌’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହା ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା।

ସେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ ମଧ୍ୟ କାମ କରନ୍ତି। କେବଳ ଏତିକି ନୁହେଁ, ସେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୫ ମସିହାରେ ‘ଖାମୋସିଆଁ’ ନାମକ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା।ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପରଦାରେ ଅଭିନେତା ଭାବରେ ଦେଖା ଦେଇଥିଲେ।

ବିକ୍ରମ ଭଟ୍ଟଙ୍କ ଫିଲ୍ମ

‘ରାଜ’, ‘୧୯୨୦’, ‘କ୍ରିଏଚର’, ‘ଲଭ୍ ଗେମ୍ସ’, ‘ଫୁଟପାଥ୍‌’ ହେଉଛି ବିକ୍ରମ ଭଟ୍ଟଙ୍କ କିଛି ଲୋକପ୍ରିୟ ଫିଲ୍ମ। ‘ଫୁଟପାଥ୍‌’ ହେଉଛି ସେହି ଫିଲ୍ମ ଯାହା ମାଧ୍ୟମରେ ଇମ୍ରାନ ହାସମୀ ଡେବ୍ୟୁ କରିଥିଲେ।

ଏହି ଫିଲ୍ମ ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା। ବିକ୍ରମ ଭଟ୍ଟ ୨୦୦୨ ମସିହାରେ ‘ରାଜ’ ଆଣି ଲୋକଙ୍କ ନଜରକୁ ଆସିଥିଲେ, ଯେଉଁଥିରେ ଡିନୋ ମୋରିଆ ଏବଂ ବିପାଶା ବସୁଙ୍କୁ ଦେଖିବାକୁ ମିଳିଥିଲା।

ଏହା ପରେ ସେ ଏହି ସିରିଜକୁ ବିସ୍ତାର କରିଥିଲେ। ଏପର୍ଯ୍ୟନ୍ତ ‘ରାଜ’ର ଚାରୋଟି ଭାଗ ମୁକ୍ତିଲାଭ କରିଛି।