fbpx

(Video) ‘ତୋବା-ତୋବା’ରେ ଜବରଦସ୍ତ ଡ୍ୟାନ୍ସ କଲେ ଆଣ୍ଟି, ଭିଡିଓ ଦେଖି ନିଜକୁ ଅଟକାଇ ପାରିଲେନି ଭିକି କୌଶଲ, ଲେଖିଦେଲେ ଏହି କଥା

ନୂଆଦିଲ୍ଲୀ: ଭିକି କୌଶଲ ଏବଂ ତୃପ୍ତି ଡିମ୍ରୀଙ୍କ ଫିଲ୍ମ ବ୍ୟାଡ ନ୍ୟୁଜ ରିଲିଜ ସହ ବକ୍ସ ଅଫିସରେ ଧମାଲ ସୃଷ୍ଟି ହୋଇଛି । ଫିଲ୍ମର କଲେକ୍ସନ ଦେଖି ଜଣାପଡୁଛି ଯେ, ଏହାକୁ ଦର୍ଶକଙ୍କ ଦ୍ୱାରା ପସନ୍ଦ କରାଯାଉଛି । ସେହିପରି ଫିଲ୍ମର ଗୀତ ତୋବା-ତୋବା ମୁଭି ରିଲିଜ ପୁର୍ଭରୁ ପପୁଲାର ହୋଇସାରିଛି । ଏହି ଗୀତରେ ଅନେକ ଲୋକେ ରିଲ୍ସ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଏକ ଧମାକାଦାର ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗାଁର ଜଣେ ଆଣ୍ଟି ତୋବା-ତୋବା ଗୀରେ କିଲର ମୁଭସ ଡ୍ୟାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି । ଆଣ୍ଟିଙ୍କୁ ଏପରି ନାଚିବା ଦେଖି ବିକି କୌଶଲଙ୍କର ହୋସ ଉଡିଯାଇଛି ଏବଂ ସେ ଏହି ଭିଡିଓରେ ରିଆକ୍ସନ ଦେଇଛନ୍ତି ।

ବିକି କୌଶଲଙ୍କ ଫିଲ୍ମ ବ୍ୟାଡ ନ୍ୟୁଜର ଗୀତ ତୋବା-ତୋବାରେ ଗାଁର ଜଣେ ଆଣ୍ଟି କିଲର ମୁଭସ କରିବା ଦେଖି ସମସ୍ତେ ତାଙ୍କର ଫ୍ୟାନ୍ସ ହୋଇଯାଇଛନ୍ତି । ଆଣ୍ଟିଙ୍କ ଏହି ଡ୍ୟାନ୍ସ ଭିଡିଓ ଭିଡିଓ ସ୍ୟାଡ ରୂପା ନାମକ ଇନଷ୍ଟାଗ୍ରା ଆଇଡିରେ ସେୟାର କରାଯାଇଛି । ଏହି ଭିଡିଓକୁ ଯେତେବେଳେ ଭିକି କୌଶଲ ଦେଖିଛନ୍ତି ସେତେବେଳେ ସେହି ଭିଡିଓରେ ନିଜକୁ କମେଣ୍ଟ କରିବାରେ ରୋକିପାରିନାହାନ୍ତି । ସେ ଲେଖିଛନ୍ତି Wow..! । ଏହି ଭିଡିଓରେ ଅନେକ ଲାଇକ ହେବା ସହ ରିଆକ୍ସନ ମଧ୍ୟ ମିଳୁଛି ।

 

View this post on Instagram

 

A post shared by Rupali Sing (@sad_rupaa)

Get real time updates directly on you device, subscribe now.