fbpx

ଏହି ଗାଁର ଲୋକମାନଙ୍କୁ କିଛି ମନେ ରୁହେ ନାହିଁ, ମାଗଣାରେ କିଣିଥାନ୍ତିି ଜିନିଷ !

Advertisement

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଭୁଲିବା ରୋଗ ଥାଏ । ଏହି ଭୁଲିବା ରୋଗକୁ Dementia କୁହାଯାଏ । ଏହି ରୋଗ ଲୋକଙ୍କ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଭୁଲା ରୋଗୀମାନଙ୍କୁ ଅତୀତରେ ଘଟିଯାଇଥିବା କିଛି ବି ଘଟଣାମାନ ବିଷୟରେ ମନେ ରୁହେ ନାହିଁ ।

ଆପଣମାନେ କେବେ ଭାବିଛନ୍ତି ଯଦି ଭୁଲା ରୋଗୀମାନଙ୍କୁ ଗୋଟିଏ ସ୍ଥାନରେ ରଖାଯାଏ ତେବେ ସେମାନଙ୍କର କ’ଣ ଅବସ୍ଥା ହେବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏମିତି ବି ଏକ ଗାଁ ରହିଛି ଯାହା ଭୁଲା ରୋଗୀଙ୍କ ବାସସ୍ଥାନ । ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଅବସ୍ଥିତ ଏହି ଗାଁର ନାମ ହେଉଛି ଲୈଣ୍ଡେସ୍ । ଏହି ଗାଁରେ ସବୁଠାରୁ ବୟସ୍କ ବ୍ୟକ୍ତିର ବୟସ ୧୦୨ ବର୍ଷ ହୋଇଥିବା ବେଳେ ଯୁବକର ବୟସ ୪୦ ବର୍ଷ । ଏହି ଗାଁକୁ ବିଶେଷକରି Dementia ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଏକ୍ସପେରିମେଣ୍ଟାଲ ଭିଲେଜ୍ ବୋର୍ଡ଼ ୟୁନିଭର୍ସିଟିର ଗବେଷକମାନଙ୍କ ଅଧୀନରେ ରହିଛି । ପ୍ରତି ୬ ମାସରେ ଗବେଷକମାନଙ୍କ ଏହି ଗାଁରେ ବସବାସ କରୁଥିବା ଲୋକମାନଙ୍କ ସ୍ଥିତି ପରଖିବା ପାଇଁ ଆସିଥାନ୍ତି । ଏହି ଗାଁରେ ମୋଟ୍ ୧୨୦ ଲୋକ ବସବାସ କରୁଛନ୍ତି ।
ତେବେ ସବୁଠାରୁ ବିଚିତ୍ର କଥା ହେଉଛି ଯେ ଏହି ଗାଁରେ ଚୋରି ହେବା ପ୍ରଶ୍ନ ଉଠୁନି କାରଣ ଏହି ଗାଁରେ ରହୁଥିବା ଲୋକମାନଙ୍କ ପାଖରେ ଟଙ୍କା ନଥାଏ । ତେବେ ସବୁଠାରୁ ବିଚିତ୍ର କଥା ହେଉଛି ଯେ ଏହି ଗାଁରେ ଚୋରି ହେବା ପ୍ରଶ୍ନ ଉଠୁନି କାରଣ ଏହି ଗାଁରେ ରହୁଥିବା ଲୋକମାନଙ୍କ ପାଖରେ ଟଙ୍କା ନଥାଏ । ଏହି ଗାଁର ମୁଖ୍ୟ ଛକରେ ଏକ କିରାଣି ଦୋକାନ ଅଛି ଯେଉଁଠି ସବୁ ଜିନିଷ ମାଗଣାରେ ଉପଲବ୍ଧ ହୋଇଥାଏ । ଏହା ବ୍ୟତୀତ ମନୋରଞ୍ଜନ ପାଇଁ ଗ୍ରାମବାସୀମାନେ ବିଭିନ୍ନ ରେଷ୍ଟୁରାଣ୍ଟ, ଥିଏଟର କାର୍ଯ୍ୟରେ ଭାଗ ନେଇପାରିବେ । ଏହି ଗାଁରେ ବସବାସ କରୁଥିବା ଲୋକଙ୍କ ପରିବାର ତରଫରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ରିପୋର୍ଟ ଅନୁଯାୟୀ ଏହି ଗାଁରେ ଲୋକମାନଙ୍କ ସୁବିଧା ପାଇଁ ଫ୍ରାନ୍ସ ସରକାର ଭାରତୀୟ ମୁଦ୍ରାରେ ୨୭୯ କୋଟି ଟଙ୍କାର ଡୋନେସନ୍ ଦେଇସାରିଛି ।

Get real time updates directly on you device, subscribe now.