fbpx

(Video) IPL-2024 କୁ ଫେରିବେ ‘ଭିଣ୍ଟେଜ୍ ମାହି’: ପୁରୁଣା ଧୋନୀ ଲୁକରେ ହେବ ଗ୍ରାଣ୍ଡ ଏଣ୍ଟ୍ରି

ଓଡ଼ିଶା ଭାସ୍କର: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଆଇପିଏଲରୁ ଧୋନୀଙ୍କ ଅବସର ଚଳିତବର୍ଷ ପାଇଁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତବର୍ଷ ଧୋନୀ ଶେଷ ଥର ପାଇଁ ଆଇପିଏଲ ଖେଳିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ଏହାଭିତରେ ଧୋନୀଙ୍କ ଲୁକ୍ କୁ ନେଇ ଆକ୍ଟିଭ ହୋଇଯାଇଛି ସୋସିଆଲ ମିଡିଆ । ଶେଷ ସିଜନରେ କ୍ରିକେଟପ୍ରେମୀ ପୁଣିଥରେ ଭିଣ୍ଟେଜ ମାହିଙ୍କୁ ଦେଖିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲମ୍ବା ଚୁଟି ସହ ପୁରୁଣା ଧୋନୀ ମଇଦାନରେ ଗ୍ରାଣ୍ଡ ଏଣ୍ଟ୍ରି କରିପାରନ୍ତି ।

ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମରଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ପାର୍ଟିରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଡେବ୍ୟୁ ସମୟରେ ମାହିଙ୍କୁ ଲମ୍ବା ଚୁଟିରେ ଦେଖା ଯାଇଥିବା ବେଳେ ସେ ସମୟରେ ଏହା ଖୁବ ଟ୍ରେଣ୍ଡରେ ରହିଥିଲା । ଧୋନୀଙ୍କ ଏହି ଷ୍ଟାଇଲ ଅନେକ ଯୁବବର୍ଗଙ୍କୁ ପସନ୍ଦ ଆସିଥିଲା । ତେବେ ପରେ ଧୋନୀ ଚୁଟି କାଟି ଛୋଟ କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଅମ୍ବାନୀ ଫ୍ୟାମିଲି ପାର୍ଟିରେ ଧୋନୀଙ୍କୁ ପୁରୁଣା ଅବତାରରେ ଦେଖିବାକୁ ମିଳିଛି । ଲମ୍ବା ଚୁଟି ସହିତ କଳା ଚଷମାରେ ଏବେ ବି ତାଙ୍କ ଲୁକରେ ୨୦୦୫-୦୬ ମସିହା ଧୋନୀଙ୍କ ଝଲକ ଦେଖାଯାଇଛି । ତେଣୁ ଆସନ୍ତା ଆଇପିଏଲରେ ସେ ପୁଣିଥରେ ଲମ୍ବା ଚୁଟିରେ ଗ୍ରାଣ୍ଡ ଏଣ୍ଟ୍ରି କରିପାରନ୍ତି ।

MS Dhoni In Long Hair 👌🔥 | Dhoni With Wife Sakshi | Anant Ambani and  Radhika Merchant Pre-Wedding - YouTube

ଅମ୍ବାନୀ ଫ୍ୟାମିଲି ପାର୍ଟିରେ ଧୋନୀ ଯୋଗ ଦେଇଥିବାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏୟାରପୋର୍ଟରେ ପହଞ୍ଚିବାରୁ ଆରମ୍ଭ କରି ପାର୍ଟିରେ ଗରବା ଡାନ୍ସ କରିବା ପର୍ଯ୍ୟନ୍ତ ମାହିଙ୍କର ଅନେକ ଫଟୋ ଏବେ ଲାଇମଲାଇଟରେ ରହିଛି । ଲୋକମାନେ ଧୋନୀଙ୍କ ଏହି ଲୁକକୁ ଖୁବ ପସନ୍ଦ କରୁଥିବା ବେଳେ ପୁଣିଥରେ ଭିଣ୍ଟେଜ ମାହିଙ୍କୁ ଫେରି ପାଇବା ପାଇଁ ଖୁବ ଉତ୍ସାହିତ ଥିବା ସୋସିଆଲ ମିଡିଆରେ ଦେଖାଯାଇଛି ।

ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ହେବା ଦିନରୁ ଫ୍ୟାନ୍ସମାନେ ଏହି ଭିଣ୍ଟେଜ ଲୁକରେ ଦେଖିବାକୁ ଧୋନୀଙ୍କୁ ଅନୁରୋଧ କରିଥିଲେ । ପ୍ରଶଂସକମାନଙ୍କ କଥା ରଖି ଧୋନୀ ପୁଣିଥରେ ପଡ଼ିଆକୁ ଲମ୍ବା ଚୁଟି ଏବଂ ଭିଣ୍ଟେଜ ଲୁକରେ କମବ୍ୟାକ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ତେବେ ଏହି ଲୁକ ସହିତ ବଡ଼ ବଡ଼ ଛକା ମାରିବା ଧୋନୀଙ୍କର ସ୍ପେଶାଲ ଟାଲେଣ୍ଟ ବୋଲି କୁହାଯାଏ । ତେଣୁ ଆଇପିଏଲର ଆସନ୍ତା ସିଜନରେ ଧୋନୀଙ୍କ ବ୍ୟାଟରୁ ପୁଣିଥରେ ବଡ଼ ବଡ଼ ଛକା ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କୋଟି କୋଟି କ୍ରିକେଟପ୍ରେମୀ ।

Get real time updates directly on you device, subscribe now.