fbpx

ଲକ୍-ଡାଉନ୍ ଉଲ୍ଲଙ୍ଘନ କଲେ ଗୁଳି, ଜାଣନ୍ତୁ କେଉଁ ଦେଶ କରିଛି ଏହି ନିୟମ?

Advertisement

ମନୀଲା,୨ ।୪: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୯ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର ମୁକାବିଲା କରିବା ପାଇଁ ଅନେକ ଦେଶରେ ଲକ୍-ଡାଉନ୍ ପାଇଁ ଘୋଷଣା ହୋଇଛି । କିନ୍ତୁ ଅନେକ ସ୍ଥାନରେ ଲୋକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଏପରି ପରିସ୍ଥିତିରେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ ଘରୁ ବାହାରିବା ଲୋକଙ୍କୁ ହତ୍ୟାର ଧମକ ଦେଇଛନ୍ତି ।

ଟିଭିରେ ଦେଶକୁ ସମ୍ବୋଧିକ କରି ରୋଡ୍ରିଗୋ କହିଛନ୍ତି ଯେ, କରୋନା ପାଇଁ ଲାଗୁ ହୋଇଥିବା ଲକ୍-ଡାଉନକୁ ସମସ୍ତେ ଅନୁସରଣ କରିବା ବାଧ୍ୟତାମୂଳକ । ଯେଉଁମାନେ ଏହାକୁ ନେଇ ସମସ୍ୟା ସୃଷ୍ଟି କରନ୍ତି, ସେମାନଙ୍କୁ ତୁରନ୍ତ ଗୁଳି କରି ହତ୍ୟା କରାଯିବ । ସେ କହିଛନ୍ତି ଯେ ଦେଶ ପାଇଁ ଏହା ଏକ ଚେତାବନୀ । ଯଦି ସେମାନେ ହଇରାଣ କରନ୍ତି ବା ଶୁଣନ୍ତି ନାହିଁ, ତେବେ ସେମାନଙ୍କୁ ତୁରନ୍ତ ଗୁଳି କରିବାକୁ ମୁଁ ପୋଲିସ ଓ ସୈନିକଙ୍କୁ ନିର୍ଦ୍ଦେଶ ଦେଇଛି ।’ ତେବେ ଫିଲିପାଇନ୍ସରେ ଏପର୍ଯ୍ୟନ୍ତ ୯୬ ଜଣଙ୍କର ମୃତ୍ୟୁ ଘଟି ସାରିଛି ।

Get real time updates directly on you device, subscribe now.