ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ବେଳେ ଉତ୍ତେଜନା । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମୋହନ ମାଝୀଙ୍କ କ୍ୱାର୍ଟର୍ସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି ।
ଯୁବ କଂଗ୍ରେସ କର୍ମୀ ଘେରାଉବେଳେ ଅଣ୍ଡାମାଡ଼ କରିଥିବା କୁହାଯାଉଛି । ଓଡ଼ିଆ ଅସ୍ମିତା କୁଆଡେ ଗଲା କହି କଂଗ୍ରେସ କର୍ମୀ କଲେ ନାରାବାଜି ।
ସେପଟେ ସ୍ଥିତିକୁ ଆୟତ୍ତ କରିବା ପାଇଁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ନାରୀ ନିର୍ଯାତନା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଗେରାଉ କରାଯାଇଥିଲା ।