fbpx

ଏହି ସ୍ଥାନରେ ଥରେ ଶୋଇଲେ ଆଉ ଉଠିପାରନ୍ତି ନାହିଁ ଲୋକ, ଏପରି ରହିଛି କାହାଣୀ

ଦୁନିଆରେ ଅନେକ ରହସ୍ୟ ରହିଛି । ଯେଉଁଥିରୁ କିଛିଟା ଲୋକଙ୍କ ସାମ୍ନାକୁ ଆସିଛି ତ ଆଉ କିଛି ଏବେ ବି ରହସ୍ୟ ହୋଇ ରହିଛି । ବୈଜ୍ଞାନିକମାନେ ବି ଏପରି ରହସ୍ୟର କାରଣ ଜାଣିବାରେ ଫେଲ୍ ମାରନ୍ତି । ଏପରି ଏକ ଅଜବ ମାମଲା ୬ ବର୍ଷ ପୂର୍ବେ କଜାଖସ୍ତାନରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଭୂତ ଓ ସସପେନ୍ସ ଫିଲ୍ମ ଭଳି ଲୋକଙ୍କୁ ୨୦୧୨-୧୫ ପର୍ଯ୍ୟନ୍ତ ଅଜବ ଅନୁଭବ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଦେଶରେ ଏମିତି କ’ଣ ହୋଇଥିଲା….

ତେବେ କାଜାଖସ୍ତାନର କାଲାଚିରେ ରହୁଥିବା ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି ଅନୁଭବ କରିଥିଲେ, ଯାହାକି ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ । ଲୋକଙ୍କ ଜୀବନ ଉପରେ ବିପଦ ପଡ଼ିବାରୁ ସେମାନେ ସେ ସ୍ଥାନ ଛାଡି ପଳାଇଆସିଥିଲେ । ଫଳରେ ଅନେକ ସମୟ ଧରି ସ୍ଥାନଟି ଶୂନଶାନ୍ ହୋଇ ପଡିରହିଥିଲା । ସେଠାରେ ୧୬୦ ପରିବାର ରହୁଥିଲେ, କିନ୍ତୁ ସମସ୍ତେ ପଳାଇବା ପରେ ସ୍ଥାନଟି ଭୂତକୋଠୀରେ ପରିଣତ ହୋଇଥିଲା ।

ସେଠାରେ ଲୋକମାନଙ୍କର ମତିଭ୍ରମ, ଭୁଲାରୋଗ, ହିଂସାସାତ୍ମକ, ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଓ ଯୌନ ଇଚ୍ଛା ବୃଦ୍ଧି ହେବା ଭଳି ସମସ୍ୟା ଦେଖାଦେଇଥିଲା, ଯାହାକି ସାରାବିଶ୍ୱକୁ ଚକିତ କରିଥିଲା । ଏକ ରିପୋର୍ଟ ମୁତାବକ, କାଲାଚିର ଲୋକମାନେ ୭ ଦିନ ପର୍ଯ୍ୟନ୍ତ ଶୋଇ ରହୁଥିଲେ । ଶିଶୁମାନଙ୍କ ବେଡରେ ‘ ଡେଣା ଥିବା ଘୋଡ଼ା’ ଓ ସାପ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ମାମଲାକୁ ସମ୍ପତ୍ତି ଖାଲି କରିବା ମୋଡ ସହ ମଧ୍ୟ ସଂଯୋଗ କରି କୁହାଯାଉଥିଲା ।

କିନ୍ତୁ କିଛି ଲୋକଙ୍କ କହିବା ମୁତାବକ, ପୂର୍ବ ସୋଭିଏତ୍ ୟୁନିଅନ୍ (ୟୁଏସ୍ଏସ୍ଆର) ର ବନ୍ଦ ପଡିଥିବା ୟୁରାନିୟମ୍ ଖଣି ନିକଟରେ ଏହି ଅଞ୍ଚଳ ରହିଛି । ତେଣୁ ରେଡିଏଶନ ବା ବିକିରଣ କାରଣରୁ ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥିସହ କିଛି ବିଶେଷଜ୍ଞ କହିଛନ୍ତି ଯେ, ଜଳ ବିଷାକ୍ତ ହେବା କାରଣରୁ କିମ୍ବା ମାସ୍ ହିଷ୍ଟିରିଆ ହେତୁ ଏହା ଘଟିଛି । ପ୍ରଶାସନ ଏକ କମିଟି ଗଠନ କରି ଉକ୍ତ ସ୍ଥାନକୁ ଖାଲି କରାଇଥିଲା । ତିନି ବର୍ଷ ପରେ ୨୦୧୫ ରେ, କାଜାଖସ୍ତାନ ସରକାର ଏକ ବୟାନ ଜାରି କରି ଦାବି କରିଥିଲେ ଯେ, କାର୍ବନ ମୋନୋଅକ୍ସାଇଡ୍ ଗ୍ୟାସର ବିଷାସ୍ତ ସ୍ତର ଥିବାରୁ ଏଭଳି ଅଜବ ଘଟଣା ଘଟୁଛି ।

Get real time updates directly on you device, subscribe now.