fbpx

ଧମାଲ୍ କରୁଛନ୍ତି ଭାଇରାଲ୍ ବଏ ତ୍ରୈଲୋକ୍ୟ, ପପୁ ପମ୍ ପମଙ୍କ ସହ ସୁଟିଂ କଲେ ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର, ୦୮ । ୦୫ (ଓଡ଼ିଶା ଭାସ୍କର)  : କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲାର ଏକ ଛୋଟ ପିଲାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ସେ ହେଉଛନ୍ତି ତ୍ରୈଲୋକ ରାୟ । ତ୍ରୈଲୋକ୍ୟ ଏକ ସରକାରୀ ସ୍କୁଲ୍ ରେ ପଢ଼ୁଥିବା ବେଳେ ସ୍କୁଲ୍ ସ୍ଥାନାନ୍ତରଣ ନେଇ କିଛି ବୈଦୁତିକ ଗଣମାଧ୍ୟମ ଆଗରେ ଦେଇଥିବା ବାଇଟ୍ ତାଙ୍କୁ ରାତାରାତି ଫେମସ୍ କରି ଦେଇଥିଲା । ସୋସିଆଲ ମିଡିଆରେ ଘୁରି ବୁଲିଲା ତାଙ୍କର ସେହି କେଇ ପଦ ମଜାଳିଆ ଢ଼ଙ୍ଗରେ କହିଦେଇଥିବା କଥା । ଆଉ ଏହା ପରେ ସେ ହୋଇଯାଇଥିଲେ ଷ୍ଟାର୍ ।

ପ୍ରଥମେ ଅଭିଜିତ୍ ମଜୁମଦାର ଆଉ ଏବେ ପପୁ ପମ୍ ପମଙ୍କ ଷ୍ଟୁଡିଓ ଯାଏ ପହଞ୍ଚିଗଲେଣି ଏହି ଭାଇରାଲ୍ ବଏ ତ୍ରୈଲୋକ୍ୟ । ନିକଟରେ ସେ କମେଡିଆନ୍ ତଥା ଅଭିନେତା ପପୁ ପମ୍ ପମ୍ ଙ୍କ ସହ ଏକ ମ୍ୟଜିକ୍ ଭିଡିଓ ସୁଟ୍ କରିଛନ୍ତି । ଯାହାର ପ୍ରୋମୋ ୟୁଟ୍ୟୁବ୍ ରେ ଅପଲୋଡ୍ ହୋଇଛି । ଏହା ଏବେ ଖୁବ୍ ଭାଇରାଲ୍ ହେଉଛି । ତିଆରି ହୋଇଥିବା ମ୍ୟୁଜିକ୍ ଭିଡିଓର ନାଁ ହେଉଛି “ଗର୍ମେଣ୍ଟେ ସ୍କୁଲ୍ ପିଲା ଲିଟିଲ୍ ଷ୍ଟାର ହେଇଚି” ।

ଏହି ମ୍ୟୁଜିକ୍ ଭିଡିଓରେ ତ୍ରୈଲୋକ୍ୟ ଗୀତ ଗାଇଛନ୍ତି ଏବଂ ମଜାଦାର ଡାଇଲଗ୍ କହୁଥିବା ଦେଖିବାକୁ ମିଳିଛି । ଯାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରୁଛି । କିଛି ଡାଇଲଗ୍ ହେଉଛି;- “ନେଟ୍ ଯାହାର ଅଛି ସେ ପାଠ ପଢ଼ିବେ, ଆଉ ଯାହାର ନାଇ ସେ କଣ ମୁର୍ଖ ହେବେ” । ତେବେ ଆପଣ ମାନେ ମଧ୍ୟ ପ୍ରୋମୋଟିକୁ ଦେଖନ୍ତୁ ।

Get real time updates directly on you device, subscribe now.