fbpx
BSKY SKY
BSKY SKY

ହାତରେ ରହିଛି ଶହ ଶହ କଣା: ଏହା କଣ କେଉଁ ନୂଆ ଭାଇରସର ପ୍ରଭାବ, ଜାଣନ୍ତୁ Viral ଭିଡିଓ ପଛର ସତ୍ୟତା

BSKY

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ସର୍ବଦା ବିଭିନ୍ନ ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ । ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ହାତରେ ଶହ ଶହ କଣା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଭାଇରାଲ ହେବା ପରେ ଏହା କୌଣସି ନୂତନ ଭାଇରସର ପ୍ରକୋପ ବୋଲି ଅନୁମାନ କରାଯାଉଥିଲା । ତେବେ ଏହା ପଛର ସତ୍ୟତା କଣ ରହିଛି ଆସନ୍ତୁ ଆଲୋଚନା କରିବା । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ହାତର କହୁଣୀ ପର୍ଯ୍ୟନ୍ତ ଅଂଶରେ ଏମିତି କଣା କଣା ରହିଛି ।

ଏହି କଣାରୁ ରକ୍ତ ମଧ୍ୟ ବାହାରୁଥିବା ଦେଖିବାକୁ ମିଳିଛି । ଏହି କଣା ଦେଖିଲେ କାହାକୁ ବି ଘୃଣା ଆସିଯିବ । ଏହି ଭିଡିଓ ଶେୟାର କରିବା ସହିତ ଜଣେ ବ୍ୟବହାରକାରୀ ଲେଖିଥିଲେ କରୋନା ଏଯାଏଁ ପିଛା ଛାଡି ନଥିବା ବେଳେ ଏହି ନୂଆ ସଙ୍କଟ କଣ? ଏହି ଭିଡିଓ ଭାଇରାଲ ହେବା ସହିତ ଜଙ୍ଗଲ ନିଆଁ ପରି ବ୍ୟାପି ଯାଇଥିଲା । ତେବେ ପରେ ଜଣା ପଡିଥିଲା କି ଏହି ଫଟୋ ୨୦୧୭ ମସିହାରେ ଭାଇରାଲ ହୋଇଥିଲା । କ୍ୟାଟର୍ସ କ୍ଲିପ ପକ୍ଷରୁ ଏହି ଭିଡିଓକୁ ଫେକ୍ ବୋଲି କୁହାଯାଇଛି । ବ୍ରିଜେଟ ଟୋଭିନୋ ନାମକ ମେକ ଅପ୍ ଆର୍ଟିଷ୍ଟ ଏହି ଭିଡିଓଟି ତିଆରି କରିଥିଲେ ।

Get real time updates directly on you device, subscribe now.