(Video) ବାଃରେ ବାଃ… ହୋଲି ଖେଳିବ ତ ଏମିତି, ଆର ବରଷ ଛାଡ଼ିବ ଏ ରଙ୍ଗ…
ଲାଇକ୍ ପାଇଁ ଏମିତି ନାଟକ । କାହାରିକୁ ନାହିଁ ଡର, ଭୟ ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାବେଳେ ନିକଟରେ ସରିଛି ହୋଲି । ହୋଲି ପର୍ବକୁ ନେଇ ଏବେ ନାନା ପ୍ରକାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏମିତି ଏକ ରୋଚକ ଭିଡିଓ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି, ଯାହାକୁ ଦେଖି ଆପଣମାନେ ବି ହୋଇପଡ଼ିବେ ଅବାକ୍ । ଭାଇରାଲ ହେଉଥିବା ଭିଡିଓ ଅନୁସାରେ, କିଛି ପିଲା ହୋଲି ଖେଳୁଥିବାର ଦେଖିବାକୁ ମିଳିଛି ।
ସାଧାରଣ ଭାବେ ପିଚକାରି କି ଅବିରରେ ଏ ପିଲାମାନେ ହୋଲି ଖେଳୁ ନାହାନ୍ତି । ସିମେଣ୍ଟ ମିକ୍ସର ମେସିନରେ ଖେଳୁଛନ୍ତି ହୋଲି । କ୍ୟାମେରାରେ ୩ ଜଣ ପିଲା ଦେଖାଯାଉଥିବାବେଳେ ସେଥୁରୁ ଜଣେ ମିକ୍ସର ମେସିନ୍ ଭିତରେ ଗୋଲାପି ରଙ୍ଗର ପାଣି ନିଜ ଦେହରେ ମିଶାଇବାରେ ଲାଗିଛି ।
ମିକ୍ସର ମେସିନ ଭିତରେ ଗୋଲାପି ରଙ୍ଗ କରି ସେ ଥିରେ ପିଲାଟି ପଶିଥିବାବେଳେ ମେସିନଟି ମଧ୍ୟ ଚାଲୁଛି । ମେସିନ୍ କଣ୍ଟେନର ଘୁରିବା ସହ ପିଲାଟି ମଧ୍ୟ ରଙ୍ଗପାଣିରେ ଘିରିଘିରି ହୋଇ ବୁଲୁଛି ।
ସାମାନ୍ୟ କେଇଟା ଲାଇକ୍ ଓ ଭିୟୁ ପାଇଁ ଆଜିକାଲିର ଲୋକ ବହୁତ ନିମ୍ନ ସ୍ତରକୁ ଚାଲିଗଲେଣି । ଲାଇକ୍ ପାଇଁ ସେମାନେ ନିଜ ଜୀବନକୁ ମଧ୍ୟ ତୁଚ୍ଛ ବୋଲି ଭାବୁଛନ୍ତି । ଯାହା ଏ ଭିଡିଓରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।
ये सब देखने के बाद लगता है हम अंग्रेज से नहीं अंग्रेज हमसे आज़ाद हुए हैं। pic.twitter.com/tEw1KCJqVc
— Pratik Patel (@PratikVoiceObc) March 16, 2025