ଗଜବ ପ୍ରେମ କାହାଣୀ… ବେଦିରେ ବାହାହେବା ପାଇଁ ପ୍ରେମୀ ଯୁଗଳଙ୍କ ୬୪ ବର୍ଷର ଅପେକ୍ଷା, (Video) ଦେଖି ଲୋକଙ୍କ ଆଖିରୁ ବୋହିଲା ଲୁହ…

ପ୍ରେମ କାହାଣୀର ହାପି ଏଣ୍ଡିଂ । ନାତି-ନାତୁଣୀ ବାହାକଲେ ଜେଜେ-ଜେଜୀ ମା’ଙ୍କୁ ।

ଗାନ୍ଧିନଗର: ଦୁନିଆରେ ଭଳିକି ଭଳି ପ୍ରେମ କାହାଣୀ ଶୁଣିବାକୁ ଓ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଇଣ୍ଟରନେଟରେ ଏମିତି ଏକ ପ୍ରେମ କାହାଣୀ ଘୁରିବୁଲୁଛି ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କ ଆଖିରେ ଲୁହ ଆଣିଦେଇଛି ।

୬୪ ବର୍ଷ ପରେ ସତ ହୋଇଛି ପ୍ରେମ । ଭଲପାଇ ଫେରାର୍ ହୋଇଯାଇଥିବା ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହର୍ଷ ଜୈନ ପରିବାରର ପୁଅ ହୋଇଥିବାବେଳେ ମୃନୁ ବ୍ରାହ୍ମଣ ପରିବାର ଝିଅ ଥିଲେ । ହର୍ଷ ବିବାହ ପାଇଁ ପ୍ରେମିକାଙ୍କ ଘରକୁ ଚିଠି ଲେଖି ଜଣାଇଥିଲେ ହେଲେ ତାଙ୍କ ଘରଲୋକ ବିବାହକୁ ସ୍ୱୀକୃତି ଦେଇ ନ ଥିଲେ ।

୧୯୬୦ରେ ସେମାନେ ସ୍କୁଲରେ ପଢ଼ିବାବେଳେ ପ୍ରେମରେ ପଡ଼ିଯାଇଥିଲେ । ଘରଲୋକ ରାଜି ନ ହେବା ପରେ ଦୁହେଁ ଘରଛାଡ଼ି ଚାଲିଯିବାର ନିଷ୍ପତ୍ତି ନେଇଥିଲେ । ୧୦ ଟଙ୍କାର ଗୋଟିଏ ଶାଢ଼ୀ ପିନ୍ଧି ପରସ୍ପର ମଧ୍ୟରେ ମାଳ ବଦଳ କରି ହର୍ଷ ଓ ମୃନୁ ବିବାହ କରିଥିଲେ ।

କିନ୍ତୁ ସେମାନଙ୍କ ସ୍ୱପ୍ନକୁ ଏବେ ପୂରା କରିଛନ୍ତି ସେମାନଙ୍କ ନାତି, ନାତୁଣୀ । ୬୪ ବର୍ଷ ପରେ ଏବେ ବେଶ୍ ଧୁମଧାମରେ ବେଦିରେ ଦୁହିଁଙ୍କ ବିବାହ କରାଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି । ଯାହା ଲୋକଙ୍କୁ ଇମୋଶନାଲ କରିବା ସହ ଆଖିରେ ଲୁହ ଭରି ଦେଉଛି ।