ଭିଡିଓ: କି ଯୁଗ ହେଲା ଲୋ ମା, ଭଲ କହିଲେ ହେଉଛି ଭେଲ

ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ ଭାଇରାଲ

ଓଡିଶା ଭାସ୍କର : ଆଜିକା ସମୟରେ କାହାକୁ ଭଲ କହିଲେ ସେ ତାକୁ ଓଲଟା ବୁଝୁଛି। ଏଇ ଦେଖୁନାହାଁନ୍ତି ଏହି ଭିଡିଓକୁ ଜଣେ ଯୁବତୀ ଗୋଟେ ପୁଅ ସହିତ ବାଇକରେ ବସି ଯାଉଥିବା ସମୟରେ ତାର ଓଢଣୀଟି ତଳେଘୁସୁଡୁ ଥିଲା।

ଏହାକୁ ଦେଖି ରାସ୍ତାରେ ଠିଆ ହେଇଥିବା ଜଣେ ପୁଅ ଉକ୍ତ ଯୁବତୀଙ୍କୁ କହିଲା ମାଡାମ ଆପଣଙ୍କ ଓଢ଼ଣୀଟି ତଳେ ଘୁସୁଡୁଛି। ଯୁବତୀ ଜଣକ ପଛକୁ ଚାହିଁ ଓଢଣୀ ଟେକିବା ବଦଳରେ ପୁଅକୁ ଦେଖି କହିଲେ ମାତ୍ର 150 ଟଙ୍କାର।

ଯୁବତୀଙ୍କ ହିତ ଚିନ୍ତାକରି ଯୁବକ ତାଙ୍କ ଓଢଣୀ ଟେକିବାକୁ ପରାମର୍ଶ ଦେଇଥିବାବେଳେ ଯୁବତୀ ଜଣକ ଓଢଣୀର ଦାମ କହିଥିଲେ, ଏଥିରୁ ଜଣାପଡୁଛି ଯେ, ବର୍ତ୍ତମାନର କଳି ଯୁଗରେ ଭଲର ସ୍ଥାନ ନାହିଁ ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ସେଥିରେ ମଜାଦାର କମେଣ୍ଟ ମଧ୍ୟ ଆସୁଛି। ଏହାକୁ ଦେଖିସାରିଲା ପରେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ।