fbpx

(Video) ରଙ୍ଗିନ ଅଜଗରକୁ କାନ୍ଧରେ ପକାଇ ବୁଲିଲେ ମହିଳା: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

ଆନାକୋଣ୍ଡାର ଚମତ୍କାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଭିଡିଓଟି ବି ସେହିଭଳି କିଛି । ଆନାକୋଣ୍ଡା ସାପଟିକୁ ଜଣେ ଯୁବତୀ ତାଙ୍କ ବେକରେ ଧରି ଖେଳୁଥିବାର ଦେଖାଯାଇଛି ।

ଆନାକୋଣ୍ଡା ଏକ ଶକ୍ତିଶାଳୀ ସାପ । ଫିଲ୍ମରେ ଆପଣ ଏହି ସାପକୁ ଅନେକ ଥର ଦେଖିଥିବେ ଆଉ ଏହି ସାପ କେତେ ଖତରନାକ ତାହା ମଧ୍ୟ ଜାଣିଥିବେ କିନ୍ତୁ । କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ମହିଳା ଜଣକ ଅତି ସହଜରେ ଖେଳୁଛନ୍ତି ତା’ ସହ । ଭିଡିଓଟିରେ ସାପଟି ବେଶ ଫୁର୍ତ୍ତିଲା ମଧ୍ୟ ଦେଖାଯାଉଛି । କିନ୍ତୁ ଏହି ଯୁବତୀ ବି ଏତେ ବଡ ଓ ଭୟଙ୍କର ସାପଟିକୁ ଧରିଥିଲେ ମଧ୍ୟ ତାଙ୍କୁ ଟିକେ ହେଲେ ବି ଭୟ ଲାଗୁନି ।

ସବୁଠୁ ବଡ଼ କଥା ହେଲା ଏହି ସାପଟି ବି ଯୁବତୀଙ୍କୁ କିଛି କ୍ଷତି ପହଞ୍ଚାଉ ନାହିଁ । ଏହି ସାପଟି କଳା ରଙ୍ଗର ହୋଇଥିବାବେଳେ ସୂର୍ଯ୍ୟାଲୋକରେ ଏହା ପୁରାପୁରି ଚମକୁଛି । ଅଜଗରଟି ଦେଖିବାକୁ ଏତେ ସୁନ୍ଦର ହୋଇଛି ଯେ ଏହାର ସ୍କିନରେ ଅନେକ କଲରର ରିଫଲେକ୍ସନ େଉଥିବାର ନଜିର ଆସୁଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.