(Viral Video) ସାପକୁ ଲିପ୍ କିସ୍ କରୁଥିଲେ ଯୁବକ, ଜିଭକୁ ଟାଣିଦେଲା ବିଷଧର ତାପରେ…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଲୋମ ଟାଙ୍କୁରିଲା ଭଳି ମନେହେଉଛି । ବର୍ତ୍ତମାନ ସମୟରେ ସାପକୁ କିସ୍ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଏ ସାମ୍ନାକୁ ଆସିଛି ଯେ, ସାପକୁ କିସ୍ କରିବା ବେଳେ ସେ ଉକ୍ତ ଯୁବକଙ୍କ ଜିଭକୁ କାମୁଡି ଦେଇଛି । ଜିଭକୁ ନିଜ ଆଡକୁ ଟାଣିନେବାରେ ଲାଗିଛି ,ସାପ । ତେବେ ଏହି ଭୟଙ୍କର ଦୃଶ୍ୟକୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲକ୍ଷେରୁ ଅଧିକ ୟୁଜର୍ସ ଦେଖିସାରିଛନ୍ତି ।

ତେବେ ଭିଡିଓକୁ ଦେଖି ଅନେକ ୟୁଜର୍ସ ଭିନ୍ନଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଜଣେ ଲେଖିଛନ୍ତି ଯୁବକଜଣକ ମରିଯାଇଛନ୍ତି ନା ଆହୁରି ବଞ୍ଚିଛନ୍ତି । ଅନ୍ୟପଟେ କିଛି ଜଣ କିସ୍ ଅଫ୍ ଡେଥ୍ ବୋଲି ଲେଖିଛନ୍ତି । ଜଣେ ଭାଇରାଲ ହୋଇଥିବା ୟୁଜର୍ସଙ୍କ କମେଣ୍ଟରେ ଲେଖାହୋଇଛି ଯେ, ଭାଇ ଏହା ସାପ..ନୁଡଲ୍ସ ନୁହେଁ । ବର୍ତ୍ତମାନ ସମୟରେ ଲୋକେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ କରି ପ୍ରସିଦ୍ଧି ଲାଭ କରିବା ପାଇଁ ଚାହିଁଛନ୍ତି । ଏଭଳି କାର୍ଯ୍ୟ କରି ଜୀବନ ମଧ୍ୟ ଯାଉଛି । ତଥାପି ମଧ୍ୟ ସୁଧୁରୁ ନାହିଁ ସମାଜ ।