fbpx

ବାପା ହେଲେ ବିରାଟ: ଶିଶୁକନ୍ୟାକୁ ଜନ୍ମ ଦେଲେ ଅନୁଷ୍କା

ମୁମ୍ବାଇ,୧୧ ।୧: ଅନେକ ଦିନର ଅପେକ୍ଷା ପରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିରୁସ୍କା ଦମ୍ପତ୍ତି । ଆଜି ଦ୍ୱିପହରରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଔରସରୁ ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଟ୍ୱିଟର ମାଧ୍ୟମରେ ଏହି ଖୁସି ଖବର ଜଣାଇଛନ୍ତି କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ବିରାଟ ଓ ଅନୁଷ୍କାଙ୍କ ଏହା ପ୍ରଥମ ଶିଶୁ କନ୍ୟା ହୋଇଥିବା ବେଳେ ସେ ଲେଖିଛନ୍ତି, ‘ଆପଣଙ୍କୁ କହିବାକୁ ଖୁସି ଲାଗୁଛି ଯେ ଆଜି ଦ୍ୱିପହରରେ ଆମର ଏକ ଶିଶୁକନ୍ୟା ଜନ୍ମ ହୋଇଛି ।  ଆପଣଙ୍କ ଭଲ ପାଇବା ଓ ମଙ୍ଗଳକାମନା ଯୋଗୁଁ ହୃହୟରୁ ଧନ୍ୟବାଦ ଜଣାଉଛି । ଅନୁଷ୍କା ଓ ଆମ ଶିଶୁ କନ୍ୟ ଉଭୟ ସୁସ୍ଥ ଅଛନ୍ତି ।’

Get real time updates directly on you device, subscribe now.