fbpx

ସେମି ଫାଇନାଲ ପୂର୍ବରୁ କିଙ୍ଗ କୋହଲିଙ୍କୁ Good News: ମିଳିଲା ଖାସ୍ ସମ୍ମାନ

ନୂଆଦିଲ୍ଲୀ: ବିଶ୍ୱକପର ୪ଟି ସୁପର-୧୨ ମ୍ୟାଚରେ ବିଜୟ ହାସଲ କରି ସେମି ଫାଇନାଲରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ଆସନ୍ତା ୧୦ ତାରିଖରେ ଇଂଲଣ୍ଡକୁ ଭେଟିବ ରୋହିତ ସେନା । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଆଜି ମଜବୁତ ସ୍ଥିତିରେ ରହିଛି । ତେଣୁ ବିରାଟଙ୍କୁ ଚଳିତ ମାସର ପ୍ଲେୟର ଅଫ୍ ଦ ମନ୍ଥ ଭାବେ ନୋମିନେଟ କରାଯାଇଥିଲା । ଏବେ ବିରାଟଙ୍କୁ ମିଳିଛି ଆଉ ଏକ ଖୁସି ଖବର । ବିରାଟ ଏହି ଫାଇଟରେ ବିଜୟ ହାସଲ କରିଛନ୍ତି । କୋହଲିଙ୍କୁ ଆଇସିସି ତରପରୁ ପ୍ଲେୟର ଅଫ ଦ ମନ୍ଥ ଭାବରେ ଚୟନ କରାଯାଇଛି ।

ଗତ ଏସିଆ କପରୁ ପୁରୁଣା ଫର୍ମକୁ ଫେରିଛନ୍ତି ରନ ମେସିନ କୋହଲି । ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କର ବ୍ୟାଟ ଏବେ ଖୁବ ଗର୍ଜନ କରୁଥିବା ଦେଖାଯାଇଛି । ୫ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରିବା ସହ ଟୁର୍ଣ୍ଣାମେଣ୍ଟରେ ଟପ୍ ସ୍କୋରର ରହିଛନ୍ତି ବିରାଟ । ତେଣୁ ତାଙ୍କର ଏହି ଜବରଦସ୍ତ ଫର୍ମକୁ ନଜରରେ ରଖି ଆଇସିସି ତରଫରୁ ତାଙ୍କୁ ଆଇସିସି ପ୍ଲେୟର ଅଫ ଦ ମନ୍ଥ ଭାବେ ଚୟନ କରାଯାଇଛି । ଅକ୍ଟୋବର ମାସ ପାଇଁ ତାଙ୍କୁ ଏହି ବିରାଟ ସମ୍ମାନରେ ପୁରସ୍କୃତ କରିଛି ଆଇସିସି । ସେହିପରି ମହିଳା ବର୍ଗରେ ପାକିସ୍ତାନର ଅଲରାଉଣ୍ଡର ନିଦା ଡାରଙ୍କ ଏହି ସମ୍ମାନ ପ୍ରଦାନ କରାଯାଇଛି । ତେବେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିଶ୍ୱକପ ମଝିରେ ପ୍ରଥମ ଥର ପାଇଁ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଆଇସିସି ପ୍ଲେୟର ଅଫ ଦ ମନ୍ଥ ପୁରସ୍କାର ପାଇଁ ବିରାଟ କୋହଲିଙ୍କ ସହ ଜିମ୍ବାୱେର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲରଙ୍କ ନାଁ ମଧ୍ୟ ସାମିଲ ରହିଥିଲା । କିନ୍ତୁ ଉଭୟଙ୍କୁ ପଛରେ ପକାଇ ଅଧିକ ଭୋଟରେ ବିରାଟ ଏହି ପୁରସ୍କାରକୁ ନିଜ ନାମରେ କରିଛନ୍ତି । ତେବେ ଏହି ଆୱାର୍ଡକୁ ଜୀବନର ଏକ ସ୍ପେଶାଳ ଏବଂ ବେଷ୍ଟ ଆୱାର୍ଡ ବୋଲି କହିଛନ୍ତି କିଙ୍ଗ କୋହଲି ।

Get real time updates directly on you device, subscribe now.