ବିରାଟ କୋହଲିଙ୍କୁ ଶକ୍ତ ଝଟକା ଦେଲା BCCI, ହେବନି ନିୟମରେ କୌଣସି ପରିବର୍ତ୍ତନ
ବିସିସିଆଇ ବିରାଟ କୋହଲିଙ୍କୁ ଦେଇଛି ଝଟକା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କରଟ୍ରଫି ପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିସିସିଆଇ ପରିବାରର ସଦସ୍ୟଙ୍କୁ ସାଙ୍ଗରେ ନ ନେଇ ଯିବାର ନିୟମ ପ୍ରସ୍ତୁତି କରିଥିଲା ।
୪୫ ଦିନିଆ ମ୍ୟାଚରେ ଖେଳାଳିଙ୍କ ସହ ପରିବାର ଲୋକେ ମାତ୍ର ଦୁଇ ସପ୍ତାହ ରହିବେ ବୋଲି ନିୟମରେ ଉଲ୍ଲେଖ କରାଯାଇଥିଲା ।
କିନ୍ତୁ ବିରାଟ କୋହଲି ବିସିସିଆଇର ଏହି ନିୟମରେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପରିବାର ଲୋକେ ଖେଳାଳିଙ୍କୁ ମାନସିକ ସପୋର୍ଟ ଦେଇଥାଆନ୍ତି ।
କୋହଲିଙ୍କ ଏହି କଥା ଶୁଣି ବିସିସିଆଇ ଖେଳାଳିଙ୍କୁ ସାଙ୍ଗରେ ନେବା ପାଇଁ ଆବେଦନ କରିବାର ସୁବିଧା ଦେଇଥାଏ । ହେଲେ ବର୍ତ୍ତମାନ ଏକ ଅଲଗା ରିପୋର୍ଟ ସାମ୍ନାକୁ ଆସିଛି ।
ବିରାଟ କୋହଲିଙ୍କୁ ଝଟକା: ବୋର୍ଡ ସଚିବ କହିଛନ୍ତି ଯେ, ବର୍ତ୍ତମାନ ପରିବାରକୁ ସାଙ୍ଗରେ ନେବା ଅବଧିରେ କୌଣସି ଯୋଜନା କରାଯାଇନାହିଁ । କିଛି ଖାସ ପରିସ୍ଥିତିରେ ଏଥିରେ କିଛି କରାଯାଇପାରିବ । ଏଥିରୁ ବର୍ତ୍ତମାନ ସ୍ପଷ୍ଟ ହୋଇଗଲା ଯେ, ବିସିସିଆଇ ପକ୍ଷରୁ ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ ।