fbpx

ସାଉଥ ଆଫ୍ରିକାରୁ ଅଚାନକ ଭାରତ ଫେରିଲେ କୋହଲି, ଆଉ ଜଣେ ଖେଳାଳି ପୂରା ସିରିଜରୁ ହେଲେ ଆଉଟ: ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ଏହାର ପ୍ରଥମ ମ୍ୟାଚ ବଡ଼ଦିନର ପରଦିନ ଅର୍ଥାତ ଡିସେମ୍ବର ୨୬ ତାରିଖରେ ରହିଛି । ଏଥିପାଇଁ ଭାରତ ପୂରା ଦମରେ ପ୍ରସ୍ତୁତି ଚଲାଇଛି । କିନ୍ତୁ ଏହା ମଧ୍ୟରେ ଭାରତୀୟ ଟିମକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଟିମର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ଟେଷ୍ଟ ସିରିଜ ଅକ୍ମମ୍ଭ ହେବା ପୂର୍ବରୁ ସାଉଥ ଆଫ୍ରିକାରୁ ଭାରତ ଫେରି ଆସିଥିବା ସୂଚନା ମିଳିଛି । ତେବେ ସେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ମ୍ୟାଚରେ ଯୋଗଦେବା ନେଇ ଆଶା ମଧ୍ୟ କରାଯାଉଛି ।

ତେବେ ବିରାଟ କୌଣସି ପାରିବାରିକ କାରଣରୁ ଏପରି ଭାବେ ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାରୁ ଭାରତକୁ ଫେରିଆସିଛନ୍ତି । କିନ୍ତୁ ସେ ବହୁତ ଶୀଘ୍ର ସାଉଥ୍ର ଆଫ୍ରିକାକୁ ଫେରିଯିବା ନେଇ ଆଶା କରାଯାଉଛି । ଭାରତରେ ଥିବା କାରଣରୁ କୋହଲି ତିନି-ଦିବସୀୟ ଇଣ୍ଟ୍ରା-ସ୍କ୍ୱାର୍ଡ଼ ମଧ୍ୟ ଖେଳି ପାରିନଥିଲେ । ତେବେ ବିରାଟ ଭାରତ ଆସିବା ପଛରେ ପ୍ରକୃତ କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବିସିସିଆଇର ସୂଚନା ଅନୁଯାୟୀ, ସେ ସେଞ୍ଚୁରିଅନରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଠିକ ସମୟରେ ପହଞ୍ଚିଯିବେ । ବିରାଟ ଟିମ ମ୍ୟାନେଜମେଣ୍ଟ ଏବଂ ବିସିସିଆଇରୁ ଅନୁମତି ନେଇ କେବଳ ତିନି ଦିନ ପାଇଁ ଭାରତ ଫେରିଛନ୍ତି ବୋଲି ଜଣାପଡ଼ିଛି ।

ଏହା ମଧ୍ୟରେ ଆହୁରି ଏକ ଝଟକା ଲାଗିଛି ଭାରତକୁ । ଋତୁରାଜ ଗାୟକୱାଡ଼ ଏହି ଟେଷ୍ଟ ସିରିଜ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଗତ ମାସ ୧୯ ତାରିଖରେ ସାଉଥ ଆଫ୍ରିକା ବିରୋଧୀ ୱାନ ଡେ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେବେ ଏହି କାରଣରୁ ସେ ଦ୍ୱିତୀୟ ଏବଂ ଶେଷ ମ୍ୟାଚ ମଧ୍ୟ ଖେଳି ପାରିନଥିଲେ । ତେବେ ସେ ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମ ଅଧୀନରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ଟେଷ୍ଟ ମ୍ୟାଚ ପୁର୍ବରୁ ତାଙ୍କର ଠିକ ହେବାର କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଉଛି ।

Get real time updates directly on you device, subscribe now.