fbpx

ଜନ୍ମ ଦିନରେ ଟସ୍ ଜିତିଲେ କୋହଲି; ଭାରତର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପ୍ ୨୦୨୧ରେ ନିଜର ଚତୁର୍ଥ ମୁକବିଲାରେ ଆଜି ଟିମ୍ ଇଣ୍ଡିଆ ସ୍କଟଲାଣ୍ଡର ସାମ୍ନା କରିବାକୁ ଯାଉଛି । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖୋଳଯିବ ଏହି ମ୍ୟାଚ । କିଛି ସମୟ ମଧ୍ୟରେ ଆରମ୍ଭ ହେବ ମ୍ୟାଚ । ମ୍ୟାଚ ପାଇଁ ଟସ୍ ମଧ୍ୟ ଶେଷ ହୋଇଛି ।

ଜନ୍ମ ଦିନରେ ଟସ୍ ଜିତିଲେ ବିରାଟ କୋହଲି । ମ୍ୟାଚର ଟସ୍ ଜିତି ବୋଲିଂ ନିଷ୍ପତି ନେଇଛନ୍ତି କୋହଲି । ଶେଷ ୧୪ଟି ଇଣ୍ଟରନାସନାଲ ମ୍ୟାଚରୁ ୧୩ଟିରେ ଟସ୍ ହାରିଛନ୍ତି ବିରାଟ । ତେବେ ଆଜିର ମ୍ୟାଚ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଶାରଦୁଲ ଠାକୁରଙ୍କୁ ସ୍ଥାନରେ ତୃତୀୟ ସ୍ପିନର ଭାବେ ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଛି ।

Get real time updates directly on you device, subscribe now.