fbpx

Video: ବିରାଟ କୋହଲୀ ଏହି ୮ଟି ଶବ୍ଦରେ ଲେଖିଦେଲେ ପୋଏମ୍, ଯାହା ଆପଣଙ୍କୁ ମଧ୍ୟ କରିଦେବ ମୋଟିଭେଟ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଅର୍ଥାତ ଆରସିବି ଫ୍ରାନଚାଇଜର ସବୁଠାରୁ ପୁରୁଣା ଖେଳାଳି, ବିରାଟ କୋହଲୀ ୮ଟି ଶବ୍ଦରେ ଏକ କବିତା ଲେଖିଥିଲେ । ଏହା ଏପରି ଏକ କବିତା ଯେଉଁଥିରେ ଆପଣ ମଧ୍ୟ ମୋଟିଭେଟ ହୋଇଯିବେ । ଏହି ଇଣ୍ଟରଭ୍ୟୁ ଆଇପିଏଲ ୨୦୨୩ ଆରମ୍ଭ ହେବା ପୂର୍ବର ଦୃଶ୍ୟ ଅଟେ । କିନ୍ତୁ ଆରସିବି ଆଜି ଏହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି ।

ବିରାଟ କୋହଲୀଙ୍କ ଏହି ଇଣ୍ଟରଭ୍ୟୁ ଆରସିବି କଣ୍ଟେଣ୍ଟ କ୍ରିଏଟର ନେଗ୍ସ କରିଥିଲେ । ଏହା ଏକ ହାସ୍ୟମୟ କ୍ରିଏଟର ଅଟେ । ମିଷ୍ଟର ନେଗ୍ସ ବିରାଟ କୋହଲୀଙ୍କୁ ମାତ୍ର ୮ଟି ଶବ୍ଦ ଦେଇଥିଲେ ଏବଂ ସେଥିରେ ଏକ ପୋଏମ ଲେଖିବା ପାଇଁ କହିଥିଲେ । ସେହି ଶବ୍ଦ ଗୁଡିକ ଥିଲା ଫାୟାର, ବେଟ, ପିକଲ,ଡକ, ଟ୍ରିପ, ଟାଇଡ୍, ମେନ ଏବଂ ୪୯ ।

ଏହି ଭିଡିଓଟି ୬ମିନିଟ ୨୪ ସେକେଣ୍ଡର ଅଟେ । ବିରାଟ ଉପରୋକ୍ତ ଇଂରାଜୀ ଶବ୍ଦରେ ଏକ କବିତା ଲେଖିଥିଲେ । ଯାହାର ଅର୍ଥ, ଆପଣ ନିଜର ଇଛାକୁ ପୁରା କରନ୍ତୁ, ନିଜ ଭିତରେ ଥିବା ନିଆଁକୁ ଜଳାନ୍ତୁ, କଠିନ ସମୟରେ ବ୍ୟାଟିଂ କରନ୍ତୁ, କେତେବେଳେ ଏହା ୨୬୩ ହେବ ତ କେତେବେଳେ ଏହା ୪୯ ହେବ । ଜୀବନ ଆପଣଙ୍କୁ କଠିନ ପରିସ୍ଥିତିରେ ପକାଇ ପାରେ ହେଲେ ଏହାକୁ ହସି ହସି ସହିଯାଆନ୍ତୁ । ଆପଣଙ୍କୁ ଶତକ ମିଳୁ କି ଡକ୍ ମିଳୁ, ଜୀବନ ଚାଲିବା ଦରକାର ।

Get real time updates directly on you device, subscribe now.