fbpx

(VIDEO)ବିରାଟ କୋହଲିଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ: ଏହାକୁ ଦେଖି ବିରାଟ କହିଲେ ଏପରି କଥା…

ନୂଆଦିଲ୍ଲୀ:ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ସେପଟେ ବିରାଟ କୋହଲିଙ୍କ ହୋଟେଲ ରୁମର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରଲ ହେବାର ଲାଗିଛି । ଯାହାକୁ ଦେଖିବା ପରେ ଭୟାରତୀୟ ଦଳର ପୂର୍ବତନ କ୍ୟାପଟେନ ବିରାଟ କୋହଲି ରାଗିଯିବା ସହ କିଛି ଏପରି କହିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭିଡିଓକୁ ନେଇ କଣ କହିଛନ୍ତି କୋହଲି ।

 

View this post on Instagram

 

A post shared by Virat Kohli (@virat.kohli)

ବିରାଟ କୋହଲି ବର୍ତ୍ତମାନ ଅଷ୍ଟ୍ରେଲିଆର ଏକ ହୋଟେଲ ରେ ଥିବାବେଳେ ତାଙ୍କ ହୋଟେଲ ରୁମର ଏକ ଭିଡିଓ ଭାଇରଲ ହେବାର ଲାଗିଛି । ଯାହାକୁ ତାଙ୍କର ଜଣେ ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଣା ପଡିଛି। ତେବେ ହୋଟେଲ ରୁମର ଏହି ଭିଡିଓ ଭାଇରଲ ହେବାପରେ ପ୍ରଶଂସକଙ୍କ ଏହି କାର୍ଯ୍ୟ ଉପରେ ବିରାଟ କୋହଲି ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୁଁ ବୁଝିପାରୁଛି ଯେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଏବଂ ସେମାନେ କିପରି ରହୁଛନ୍ତି ତାହା ଜାଣିବାକୁ ବହୁତ ଇଚ୍ଛୁକ ରହିଥାନ୍ତି । ଏଥିସହିତ ତାଙ୍କୁ ଭେଟିବାକୁ ମଧ୍ୟ ଉତ୍ସାହିତ ହୋଇଥାନ୍ତି ଏବଂ ମୁଁ ଏହାକୁ ସର୍ବଦା ପ୍ରଶଂସା କରିଛି । କିନ୍ତୁ ବର୍ତ୍ତମାନ ଭାଇରଲ ହେଉଥିବା ଭିଡିଓ ବିପଜ୍ଜନକ ଅଟେ । କାରଣ ଏହା ମୋର ଗୋପନୀୟତାକୁ ପାଦରେ ପକାଇବା ସହିତ ମତେ ଖରାପ ଅନୁଭବ ହେଉଛି ,ଯାହାକି ଉଚିତ ନୁହେଁ ।

ବିରାଟ କୋହଲି ଆହୁରି ଲେଖିଛନ୍ତି, ‘ଯଦି ମୁଁ ମୋର ହୋଟେଲ ରୁମରେ ଗୋପନୀୟତା ରକ୍ଷା କରିପାରିବି ନାହିଁ, ତେବେ ମୁଁ ପ୍ରକୃତରେ କୌଣସି ସ୍ଥାନରେ ନିଜର ବ୍ୟକ୍ତିଗତ ତଥ୍ୟ ବା ଗୋପନୀୟତା ଆଶା କରିବି ? ତେବେ ଗୋପନୀୟତାର ଏପରି ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ମୁଁ ସହମତ ନୁହେଁ । ଦୟାକରି ଲୋକଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ସେମାନଙ୍କୁ ମନୋରଞ୍ଜନର ବସ୍ତୁ ଭାବରେ ବ୍ୟବହାର କରନ୍ତୁ ନାହିଁ ।

Get real time updates directly on you device, subscribe now.