fbpx

ବୀରେନ୍ଦ୍ର ସେହୱାଗଙ୍କ ଭବିଷ୍ୟବାଣୀ: ଭାରତ ନୁହେଁ ଏହି ଟିମ୍ ଜିତିପାରେ ଏସିଆ କପ୍ ୨୦୨୨ ଟାଇଟଲ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ର ସୁପର ୪ ମ୍ୟାଚ୍ ର ଶ୍ରୀଲଙ୍କା-ଭାରତ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।  ଶ୍ରୀଲଙ୍କା ସହ ମ୍ୟାଚ୍ ପୂର୍ବରୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ଏସିଆ କପ୍ କିଏ ଜିତିବ । ସେହୱାଗ କହିଛନ୍ତି ଯେ ଭାରତ ପାଇଁ ଆଗାମୀ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ । ସୁପର ୪ରେ ନିଜର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହା କର ବା ମର ମ୍ୟାଚ୍ ହୋଇଛି । ସେହୱାଗ ଭବିଷ୍ୟବାଣୀ କରିଛନ୍ତି ଯେ ଯଦି ଭାରତ ଗୋଟିଏ ବି ମ୍ୟାଚ୍ ହାରିବ ତେବେ ପାକିସ୍ତାନ ବିଜେତା ହୋଇପାରେ ।

ବୀରେନ୍ଦ୍ର ସେହୱାଗ କ୍ରିକବଜ୍ ରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଭାରତ ଯଦି ଗୋଟିଏ ବି ମ୍ୟାଚ୍ ହାରୁଛି ତେବେ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ । ପାକିସ୍ତାନକୁ ଫାଇଦା ହେବ, କାରଣ ଯଦି ପାକିସ୍ତାନ ଗୋଟିଏ ମ୍ୟାଚ୍ ହାରୁଛି ଏବଂ ଦ୍ୱିତୀୟ ମ୍ୟାଚ୍ ଜିତୁଛି । ତେବେ ତାଙ୍କର ନେଟ୍ ରନ୍ ରେଟ୍ ଫାଇନାଲରେ ନିଆଯିବ । ଭାରତ ଗୋଟିଏ ମ୍ୟାଚ୍ ହାରିଛି ଏବଂ ଦ୍ୱିତୀୟ ମ୍ୟାଚ୍ ହାରୁଛି ତେବେ ସେ ବାହାର ହୋଇଯିବ । ଏଥିପାଇଁ ଭାରତ ଉପରେ ଚାପ ରହିଛି ।

ସେ ଆହୁରି କହିଛନ୍ତି ପାକିସ୍ତାନ ଅନେକ ସମୟ ପରେ ଫାଇନାଲରେ ଖେଳିବ ଏବଂ ସେ ଏସିଆ କପ୍ ରେ ମଧ୍ୟ ଲମ୍ବା ସମୟ ପରେ ଭାରତକୁ ମାତ୍ ଦେଇଛି । ଚଳିତ ବର୍ଷ ପାକିସ୍ତାନ ମଧ୍ୟ ଜିତିପାରେ । ପାକିସ୍ତାନ ଶେଷଥର ଶ୍ରୀଲଙ୍କା ବିପକ୍ଷରେ ୨୦୧୪ ରେ ଏସିଆ କପ୍ ଫାଇନାଲ ଖେଳିଥିଲା ଯେଉଁଥିରେ ୫ ୱିକେଟରେ ହାର୍ ର ସାମ୍ନା କରିଥିଲା ।

ଭାରତୀୟ କ୍ରିକେଟ୍ ଟିମ୍ କୁ ଏସିଆ କପ୍ ୨୦୨୨ ର ଫାଇନାଲ ରେ ପହଞ୍ଚିବା ପାଇଁ ଆଜି ଅର୍ଥାତ୍ ୬ ସେପ୍ଟେମ୍ବରରେ ଶ୍ରୀଲଙ୍କାକୁ ଏବଂ ୮ ସେପ୍ଟେମ୍ବରରେ ଆଫଗାନିସ୍ତାନକୁ ହରାଇବାକୁ ହେବ । ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହୋଇପାରିବ । ଯାହା ଏସିଆ କପ୍ ର ୧୫ ତମ ଫାଇନାଲ ହେବ ।

Get real time updates directly on you device, subscribe now.